ଟୋଲ ପ୍ଲାଜାର କର୍ମଚାରୀଙ୍କୁ ମାଡ ମାରିଲେ ଖଲି, ଭିଡିଓ ଭାଇରାଲ
ପୂର୍ବତନ ବିଶ୍ୱ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ଚାମ୍ପିଅନ୍ ‘ଦି ଗ୍ରେଟ୍ ଖଲି’ ଏବେ ଚର୍ଚ୍ଚାରେ । ଖଲି ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଇଡି କାର୍ଡ ମାଗିବାରୁ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ଝଗଡା ସହ ମାରିଛନ୍ତି ଚାପୁଡା ।
ସୂଚନା ମୁତାବକ, ଟୋଲ ପ୍ଲାଜାରେ ଦ ଗ୍ରେଟ୍ ଖଲିଙ୍କୁ ଆଇଡି କାର୍ଡ ମାଗିବାରୁ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ଖଲି କହିଛନ୍ତି ତାଙ୍କୁ ଟୋଲ ପ୍ଲାଜାରେ ହଇରାଣ କରାଯାଇଛି। ଟୋଲ ପ୍ଲାଜାରେ ଜଣେ କର୍ମଚାରୀ ସେଲ୍ଫି ନେବାକୁ କାର୍ ଭିତରକୁ ପଶିବାକୁ ପ୍ରୟାସ କରିଥିଲ । ଖଲି ଏହାକୁ ବାରଣ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲା। ଏହା ପରେ ଏଭଳି ସ୍ଥିତି ଉପୁଜିଥିଲା। ଗ୍ରେଟ୍ ଖଲି ଜଲନ୍ଦରରୁ କର୍ଣ୍ଣଲ ଯାଉଥିବା ବେଳେ ଏହା ଘଟିଥିଲା ।
ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଲିସ୍ ଉଭୟ ପକ୍ଷଙ୍କୁ ବୁଝାଇବାରୁ ଚେଷ୍ଟା କରୁଛି। ମାତ୍ର ଟୋଲ୍ କର୍ମଚାରୀ ଜଣକ ବାରମ୍ବାର ଖଲିଙ୍କୁ କାହିଁକି ମୋତେ ଚାପୁଡ଼ା ମାରିଲ ବୋଲି ପ୍ରଶ୍ନ ପଚାରି ଚାଲିଛନ୍ତି? ଟୋଲ୍ କର୍ମଚାରୀ ଜଣକ ପଞ୍ଜାବୀ ଭାଷାରେ କଥା ହେଉଥିବାର ଭିଡିଓରେ ଶୁଣିବାକୁ ମିଳୁଛି। ଶେଷରେ ଖଲି କାର୍ରୁ ବାହାରି ଉଭୟ ଟୋଲ୍ କର୍ମଚାରୀ ଓ ପୁଲିସ୍ ସହ କଥା ହେଉଥିବାର ନଜର ଆସିଛନ୍ତି। ପରେ ଖଲି କାରରୁ ବାହାରକୁ ଆସି ବ୍ୟାରିକେଡ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଟୋଲ କର୍ମଚାରୀ ତାଙ୍କୁ ଅଟକାଇବାରୁ ତାଙ୍କୁ ହାତରେ ଠେଲି ଦେଇଥିଲେ। ପରେ କାର ନେଇ ଟୋଲ ପ୍ଲାଜାରୁ ଚାଲି ଯାଇଥିଲେ।
Powered by Froala Editor