ଆୟକର ବିଭାଗ ଦ୍ବାରା ହାଇଦ୍ରାବାଦ ଓ ବେଙ୍ଗାଲୁରୁ ର ବିଭିନ୍ନ ସ୍ଥାନରେ ଚଢଉ
ନୂଆଦିଲ୍ଲୀ: ଆୟକର ବିଭାଗ ଦ୍ବାରା ହାଇଦ୍ରାବାଦ ଓ ବେଙ୍ଗାଲୁରୁର ୪୦ ସ୍ଥାନରେ ଏକକାଳୀନ ଚଢଉ କରାଯାଇଛି । ଆଜି ସକାଳୁ ଏହି ଚଢଉ ଜାରି ରହିଥିବା ସୂଚନା ମିଳିଛି । ଦୁଇ ରିଅଲ ଇଷ୍ଟେଟ ସଂସ୍ଥାର କାରବାର ସହ ଜଡିତ ଠିକଣାରେ ଚଢାଉ କରି କେନ୍ଦ୍ର ଆୟକର ବିଭାଗର ଅଧିକାରୀମାନେ ଯାଞ୍ଚ ଜାରି ରଖିଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଥିବା ସଂସ୍ଥାର ବିକ୍ରୟ/ ଲିଜ୍ ବ୍ୟବସାୟ ସଂସ୍ଥା ସମେତ ପ୍ରାୟ ୪୦ ରୁ ଅଧିକ ସ୍ଥାନରେ ସର୍ଚ୍ଚ ଚାଲିଛି । ଏଥିରେ ଅନେକ ବେଆଇନ ଦଲିଲ ଏବଂ ଡିଜିଟାଲ ପ୍ରମାଣ ବହନ କରୁଥିବା ଡିଭାଇସ ଆଦି ଜବତ କରାଯାଇଥିବା ମଧ୍ୟ ମନ୍ତ୍ରଣାଳୟ କହିଛି । ଜବତ ହୋଇଥିବା ସାମଗ୍ରୀ ଓ ପ୍ରମାଣର ପ୍ରାଥମିକ ବିଶ୍ଳେଷଣରୁ ଏହୀ ବେଆଇନ ଅର୍ଥ କାରବାର ଓ ଟିକସ ଫାଙ୍କିବୀ ମାମଲା ବୋଲି ସ୍ପଷ୍ଟ ହୋଇଛି ।ରେଡ୍ ଶେଷ ହେବାପରେ ଫଳାଫଳ ଆଧାରରେ ଉକ୍ତ ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ମଧ୍ୟ ମନ୍ତ୍ରଣାଳୟ କହିଛି ।
Powered by Froala Editor