ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସନ୍ତାନ ଚାହୁଁନାହାନ୍ତି ରାମଚରଣଙ୍କ ସ୍ତ୍ରୀ
ମା' ହେବାକୁ ଚାହୁଁନାହାନ୍ତି ଆର୍ଆର୍ଆର୍ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ବିବାହର ୧୦ ବର୍ଷ ପରେ ବି ସେ କାହିଁକି ମା’ ହେବାକୁ ଚାହୁଁନାହାନ୍ତି ତାହାର ଖୁଲାସା କରିଛନ୍ତି । ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା ନିଜ ନିଷ୍ପତ୍ତି ପଛରେ କାରଣ ବିଷୟରେ କହିଛନ୍ତି।
୧୭ତମ ଏଟିଏ ସମ୍ମିଳନୀରେ ସଦ୍ଗୁରୁ ଜଗ୍ଗି ବାସୁଦେବଙ୍କ ସମ୍ମୁଖରେ ସନ୍ତାନ ଜନ୍ମ କରିବାକୁ ଚାହୁଁ ନ ଥିବା ନେଇ ଖୋଲାଖୋଲି ଭାବେ କହିଛନ୍ତି। ସେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ସନ୍ତାନ ଚାହୁଁନାହାନ୍ତି। ତାଙ୍କର ଏହି ନିଷ୍ପତ୍ତିକୁ ସଦ୍ଗୁରୁ ପ୍ରଶଂସା କରିଥିବା ଦେଖାଯାଇଛି।
ତେବେ ଉପାସନା ଜଣେ ସଫଳ ମହିଳା ବ୍ୟବସାୟୀ। ସେ ଆପୋଲୋ ଚାରିଟି ଏବଂ ବି ପଜିଟିଭ୍ ମାଗାଜିନ୍ର ଭାଇସ୍ ପ୍ରେସିଡେଣ୍ଟ।

Powered by Froala Editor