ଅମରନାଥ ଯାତ୍ରା ବାତିଲ

ଖରାପ ପାଗ ଯୋଗୁ ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଛି। ଏପରିକି କଶ୍ମୀରରେ ଥିବା ୨ଟି କ୍ୟାମ୍ପରୁ କୌଣସି ନୂଆ ଭକ୍ତଙ୍କୁ ଆଉ ଅମରନାଥ ଯିବାକୁ ଅନୁମତି ଦିଆଯିବ ନାହିଁ। ଫଳରେ ଦକ୍ଷିଣ କଶ୍ମୀରରେ ହିମାଳୟରେ ୩୮୮୦ ମିଟର ଉଚ୍ଚରେ ଥିବା ବ୍ୟାସ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା। ମୂଷଳଧାରାରେ ବର୍ଷା ଆସିବାରୁ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା। ବର୍ତ୍ତମାନନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। କଶ୍ମୀରରେ ଥିବା ଦୁଇଟି ବ୍ୟାସ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି। ତେଣୁ କୌଣସି ନୂଆ ବ୍ୟାଚକୁ ଅମରନାଥ ଯିବାକୁ ଅନୁମତି ଦିଆଯାଇ ନାହିଁ।
Powered by Froala Editor