ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଜଣାଇଲେ ଇଦ୍ ଉଜ୍ ଜୁହାର ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମୁସଲମାନ ଭାଉଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି କହିଛନ୍ତି, ଇଦ୍ ଉଜ୍ ଜୁହା ଅବସରରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ବିଶେଷ କରି ମୁସଲିମ ଭାଇ ଭଉଣୀଙ୍କୁ ଅନେକ ଅନେକ ଶୁଭେଚ୍ଛା । ଇଦ୍ ଉଜ୍ ଜୁହା ପର୍ବ ବଳିଦାନ ଏବଂ ମାନବ ସେବାର ପ୍ରତୀକ । ଏହି ଅବସରରେ ମାନବ ଜାତିର ସେବା ପାଇଁ ନିଜକୁ ସମର୍ପିତ କରି ଦେଶର ସମୃଦ୍ଧି ତଥା ସମଗ୍ର ବିକାଶ ପାଇଁ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ଇଦ୍-ଉଲ୍-ଅଦାରେ ଅନେକ ଅନେକ ଶୁଭେଚ୍ଛା । ଏହି ପର୍ବ ଆମକୁ ମାନବଜାତିର ମଙ୍ଗଳ ପାଇଁ ସାମୂହିକ ସୁସ୍ଥତା ଏବଂ ସମୃଦ୍ଧିକୁ ଆଗକୁ ବଢାଇବା ଦିଗରେ କାର୍ୟ୍ୟ କରିବାକୁ ପ୍ରେରଣା ଦେବ । ଦେଶକ ସମୃଦ୍ଧି ଦିଗରେ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।