ଟ୍ୱିଟର କିଣିବେନି ଏଲନ

ଡିଲ୍ରୁ ନିଜେ ଓହରିଗଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଆଉ ଟ୍ୱିଟର କିଣିବେନି ବୋଲି ନିଜେ ଘୋଷଣା କରି ସମସ୍ତଙ୍କୁ ଜୋରଦାର ଝଟକା ଦେଇଛନ୍ତି ମସ୍କ ।
ଏଲନ୍ ମସ୍କ ଗତ ଏପ୍ରିଲ ୨୫ ତାରିଖରେ ୫୪.୨୦ ବିଲିୟନ ଡଲାରରେ ଟ୍ୱିଟର କିଣିବା ନେଇ ଅଫର୍ ଦେଇଥିଲେ । ପରେ ୪୪ ବିଲିୟନ ଡଲାରରେ ଡିଲ୍ ଫାଇନାଲ ହୋଇଥିଲା। କିନ୍ତୁ ଏବେ ନିଜ ଡିଲ୍ରୁ ନିଜେ ଓହରିଗଲେ । ତେବେ ଚୁକ୍ତିରୁ ଓହରିଥିବା ଏଲନଙ୍କ ବିରୋଧରେ କେସ୍ କରିବାର ଧମକ ଦେଇଛି ଟ୍ୱିଟର।
ଟ୍ୱିଟର ଚେୟାରମ୍ୟାନ୍ ବ୍ରେଟ୍ ଟେଲର ଏକ ଟୁଇଟ୍ରେ କହିଛନ୍ତି ଯେ ଏଲନ୍ ମସ୍କଙ୍କ ସହିତ କମ୍ପାନୀ ଏହି ଚୁକ୍ତିକୁ ପୂରଣ କରିବାକୁ ଚାହୁଁଛି । ଏଥିପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ଏହି ମିଶ୍ରଣ ଚୁକ୍ତି ସମାପ୍ତ କରିବାକୁ ଆମେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବୁ ବୋଲି ବ୍ରେଟ୍ ଟେଲର କହିଛନ୍ତି।
ଏପଟେ ଏଲନ ମସ୍କ କହିଛନ୍ତି ଯେ, ଚୁକ୍ତିର ଅନେକ ଖିଲାପ କରାଯାଇଛି । ତେଣୁ ସେ ଡିଲରୁ ପଛକୁ ହଟୁଛନ୍ତି । ମସ୍କଙ୍କ ଓକିଲ ଟ୍ୱିଟରରେ ଲେଖିଛନ୍ତି ଯେ, ସେମାନେ ଚୁକ୍ତି ବାତିଲ କରୁଛନ୍ତି । କାରଣ ଟ୍ୱିଟର ଚୁକ୍ତିର ଉଲ୍ଲଙ୍ଘନ କରିଛି । ଟ୍ୱିଟର୍ ଭ୍ରମିତ କଲା ଭଳି କାମ କରିଛି । ମସ୍କ ଟ୍ୱିଟର ପ୍ରତି ବିଶ୍ୱାସ କରିଥିଲେ ଯାହା ଭୁଲ ଥିଲା ।
Powered by Froala Editor