ଜମ୍ମୁ-କାଶ୍ମୀରରେ ଭୂମିକମ୍ପ

ଅମରନାଥ ଯାତ୍ରା ବେଳେ ବାଦଳଫଟା ବର୍ଷା ପାଇଁ ଏକାଧିକ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଭୂମିକମ୍ପରେ ଥରିଛି ଜମ୍ମୁ-କାଶ୍ମୀର । ସନ୍ଧ୍ୟା ୫ଟା ୨୧ରେ ଏଠାରେ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ବୋଲି ଜଣାପଡିଛି । ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଝଟକା ଅନୁଭବ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳୀ ପାକିସ୍ତାନ ବୋଲି ସୂଚନା ମିଳିଛି । ତେବେ ଭୂମିକମ୍ପରେ କାହାରି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ଶୁକ୍ରବାର ଅମରନାଥ ଯାତ୍ରା ବେଳେ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିଲା । ଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ମଧ୍ୟ ପାଣିରେ ଭାସି ଯାଇଥିଲେ । ଯାହା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାମଧ୍ୟରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ହୋଇଛି ।
Powered by Froala Editor