ବୋରିସଙ୍କ ପରେ ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ବହୁ ବାଦ-ବିବାଦ ପରେ ବ୍ରିଟେନର ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଛନ୍ତି। କନଜରଭେଟିଭ୍ ପାର୍ଟିର ନେତା ଭାବେ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ନୂଆ ନେତା ନିର୍ବାଚିତ ନହେବା ଯାଏଁ ବୋରିସ୍, ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ। ତେବେ ଜନସନଙ୍କ ପରେ କିଏ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହି ରେସ୍ରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ସେ ବୋରିଶ ଜନସନ ସରକାରରେ ଅର୍ଥ ମନ୍ତ୍ରୀ ଥିଲେ। ସୁନକ ଇନ୍ଫୋସିସ୍ ସହ-ସଂସ୍ଥାପକ ତଥା ପ୍ରଖ୍ୟାତ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ଋଷିଙ୍କ ଜେଜେବାପା ପଞ୍ଜାବର ମୂଳ ବାସିନ୍ଦା ଥିଲେ। ପଞ୍ଜାବରୁ ସେମାନେ ଆଫ୍ରିକା ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପରିବାର ବ୍ରିଟେନ୍କୁ ଆସି ରହିଥିଲେ। ବ୍ରିଟେନରେ ହିଁ ଋଷି ଜନ୍ମଗ୍ରହଣ କରିଥିଲେ। ଏବେ ଋଷି ସୁନାକ୍ ବ୍ରିଟେନ୍ର ପ୍ରଧାମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ୪୨ ବର୍ଷୀୟ ସୁନକ ୨୦୨୦ ଫେବୃୟାରୀରେ ବ୍ରିଟେନ୍ର ଅର୍ଥ ମନ୍ତ୍ରୀ ହୋଇ ଇତିହାସ ରଚିଥିଲେ।
Powered by Froala Editor