ନନ୍ଦନକାନନରେ ଆନାକୋଣ୍ଡା ଶାବକ ଜନ୍ମ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ୫ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡା ଏକ ଶାବକ ଜନ୍ମ ଦେଇଛି । ଦୀର୍ଘ ୩ ବର୍ଷ ପରେ ଆନାକୋଣ୍ଡା ଶାବକ ଜନ୍ମ ଦେବା ଘଟଣାରେ ନନ୍ଦନକାନନ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ବଂଶ ବିସ୍ତାର ଉଦ୍ୟମ ସଫଳ ହେବାକୁ ଯାଉଛି ବୋଲି କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । ଆଜି ସକାଳୁ ଖୁଆଡ଼ ସମ୍ମୁଖ ଭାଗକୁ କପଡ଼ା ଦ୍ୱାରା ଅଚ୍ଛାଦିତ କରି ରଖାଯାଇଛି । ପର୍ୟ୍ୟଟକଙ୍କୁ ଦେଖିବା ପାଇଁ ବାରଣ କରାଯାଇଛି । ଶାବକଟିର ଲିଙ୍ଗ ନିରୂପଣ ହୋଇନାହିଁ । ଏବେ ଜନ୍ମିତ ଶାବକକୁ ମିଶାଇ ମୋଟ ୬ଟି ଆନାକୋଣ୍ଡା ଅଛନ୍ତି ।
Powered by Froala Editor