Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ ...

  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ...

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ...

  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ...

  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ...

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ...

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ...

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

2022-07-05 07:50:22
13876
Share:
Facebook
Twitter
E-Mail
WhatsApp
Telegram
ବାଇକ୍ ସାଇଲେନ୍ସର ଉପରେ ପୁଣି ଚଢ଼ିଲା ରୋଲର

ଗୋଟେ ପରିବାର ଚଳାଇବାକୁ ଯେଭଳି ଘରର ମୂରବୀ କିଛି ନିୟମ ରଖିଥାନ୍ତି ଆଉ ସେହି ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ହୁଏ । ସେହଭଳି ଦେଶ ଚଳାଇବାକୁ ଓ ଦେଶର ନାଗରିକଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ବି ସେଭଳି ନିୟମ ରହିଛି । ଆଉ ଏସବୁକୁ ମାନିବା ବି ସମସ୍ତଙ୍କ କର୍ତ୍ତବ୍ୟ । କିନ୍ତୁ ଏମିତି କିଛି ନିୟମକୁ ଅନେକ ଅମାନିଆ ଲୋକ ଫୁ କରିଦେଉଛନ୍ତି । ବେନିୟମ କାର୍ଯ୍ୟ କରିବା ସହ ଅନ୍ୟମାନଙ୍କ ପାଇଁ ସମସ୍ୟା ଉପୁଜାଉଛନ୍ତି । ଯେଉଁଥିପାଇଁ ପ୍ରଶାସନକୁ ଶକ୍ତ ହେବାକୁ ପଡୁଛି ।

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ରାସ୍ତା ଉପରେ ଶହ ଶହ ବାଇକ ସାଇଲେନ୍ସର ପଡ଼ି ରହିଛି । ତା ଉପରେ ଗାଡି ମଡ଼ାଇ ଦିଆଯାଉଛି । ଏ କାମ ଆଉ କେହି ନୁହେଁ ବରଂ ରାଜ୍ୟ ସରକାର କରୁଛନ୍ତି । ଆନ୍ଧ୍ର ପ୍ରଦେଶ ପୋଲିସ ୬୦୦ରୁ ଅଧିକ ବାଇକ ସାଇଲେନ୍ସର ବାହାର କରି ତା ଉପରେ ରୋଡ ରୋଲର ଚଳାଇ ଦେଲେ । ଦର୍ଶକ ବନ୍ଧ, ଆପଣ ଏହାକୁ ଦେଖଇଲେ ନିଶ୍ଚୟ ପୋଲିସ୍‌ ଉପରେ ରାଗିବେ । ହେଲେ ଏହାର ଲକ୍ଷ୍ୟ କିଛି ଅଲଗା ରହିଥିଲା । ପ୍ରକୃତରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଆନ୍ଧ୍ର ପୋଲିସ ଚଳାଇଛି ଏଭଳି ଏକ ଅଭିଯାନ ।

ପ୍ରକୃତ କଥା ହେଉଛି ଗଲା କିଛି ଦିନ ହେବ ଲାଉଡ ସାଇଲେନ୍ସରର କ୍ରେଜ ବହୁମାତ୍ରାରେ ବଢିଯାଇଥିଲା । ବିଶେଷ କରି ଯୁବ ପିଢ଼ି ବିଭିନ୍ନ ପ୍ରକାର ବାଇକ୍‌ରେ ଛାତ ଫଟା ଚିତ୍କାର କରୁଥିବା ସାଇଲେନସର୍‌ ଲଗାଇ ରାସ୍ତା ଘାଟରେ ବୁଲିଲେ । ଯାହା ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା ସହ ଭୟଙ୍କର ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିଲା । ଅବଶ୍ୟ ସବୁ ରାଜ୍ୟରେ ଏଭଳି ନିୟମ ରହିଛି କି ଏଭଳି ବିକଟାଳ ଶବ୍ଦ କରୁଥିବା ସାଇଲେନସର୍‌ ଲଗାଇ ପାରିବେ ନାହିଁ ।

ଯାହାଫଳରେ ଅନେକ ଲୋକେ ନିଜ ସାଇଲେନ୍ସରକୁ ବଦଳାଇବାରେ ଲାଗିଛନ୍ତି । ସାଇଲେନ୍ସରକୁ ମଡିଫାଏ କରିବା ପରେ ଏହାର ଶବ୍ଦ ବଦଳା ଯାଏ । ତେବେ ନିଜର ମଜା ପାଇଁ ଅନ୍ୟମାନଙ୍କୁ ହଇରାଣ କରୁଥିବା ପିଲାମାନେ କିନ୍ତୁ ଭୟଙ୍କର ଶବ୍ଦ କରଥିବା ସାଇଲେନସର୍‌ ଲଗାଇବାକୁ ପସନ୍ଦ କରନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେକମ୍ପିଟେସନ ଟ୍ରେଣ୍ଡ ବି ରହିଛି । ତେଣୁ ଏହା ଉପରେ ସେଠାକାର ପୋଲିସ କଡ଼ା ପଦକ୍ଷେପ ନେଇଛି । ଏମିତି ଭାବରେ ଜବତ ସାଇଲେନ୍ସରକୁ ନଷ୍ଚ କରିଛି ।

ଗତ କିଛି ଦିନ ହେଲା ଏହି ସାଇଲେନସର ପାଇଁ ସହରରେ ଅଶାନ୍ତି ସୃଷ୍ଟି ହୋଇଥିଲା । ସେଥିରୁ ସହରକୁ ମୁକ୍ତ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ କରିଛି ରାଜ୍ୟ ପୋଲିସ । ପୋଲିସ କେବଳ ସାଇଲେନ୍ସରକୁ ଜବତ କରିଛି ତା ନୁହେଁ ଏହାକୁ ନଷ୍ଟ ମଧ୍ୟ କରି ଦେଇଛି । କହି ରଖୁଛୁ କି ଶବ୍ଦ ପ୍ରଦୂଷଣରୁ ବରିଷ୍ଠ ନାଗରିକ ବା ବୟସ୍କ ଲୋକ, ରୋଗୀ, ଗର୍ଭବତୀ ମହିଳାଙ୍କୁ ବହୁ ମାତ୍ରାରେ ସମସ୍ୟା ହେଉଛି ।

ପରିବେଶ ନିୟମ ୧୯୮୬ ଅନୁଯାୟୀ ମୋଟର ସାଇକେଲର ସାଇଲେନସର୍‌ ଶବ୍ଦ ୮୦ ଡେସିବଲ ମଧ୍ୟରେ ରହିବା ଦରକାର । ଏହାଠାରୁ ବେଶି ହେବା ଉଚିତ ନୁହେଁ । କିନ୍ତୁ ଏସବୁକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯୁବଗୋଷ୍ଠୀ । ଯାହା ଫଳରେ ଶବ୍ଦ ପ୍ରଦୂଷଣ ହେଉଛି ଯାହା ୧୩୦ ଡେସିବଲରୁ ଅଧିକ । ମୋଟର ଭେଇକିଲ ଆକ୍ଟ ୧୯୦(୨) ଅନୁସାରେ ଯଦି କୌଣସି ବି ଗାଡିରୁ ଶବ୍ଦ ପ୍ରଦୂଷଣ ହେଉଛି ତେବେ ଏହା ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗା ଯାଇପାରେ ।

ଏହା ସହ ଏହି ଆକ୍ଟରେ ଏହା ମଧ୍ୟ କୁହାଯାଇଛି କି କମ୍ପାନୀରୁ ମିଳିଥିବା ମୂଳ ଗାଡିର ଡିଜାଇନ ବଦଳାଇବା ବି ବେଆଇନ କାର୍ଯ୍ୟ । ଜାଣିଥାନ୍ତୁ କି ଯଦି ମୂଳ ମଡେଲରେ କୌଣସି ବି ପରିବର୍ତ୍ତନ କରାଯାଉଛି ତେବେ ଏହା ଆଇନର ଉଲ୍ଲ୍ଲଙ୍ଘନ ହେବ । ଏମିତିରେ ଗାଡିର ମାଲିକଙ୍କ ଉପରେ କେସ ମଧ୍ୟ ହୋଇପାରେ । କିନ୍ତୁ ଏସବୁ ନିୟମ ପରେ ବି ରାସ୍ତାରେ ନିଦ୍ଦ୍ଵର୍ନ୍ଦ୍ୱରେ ଘୂରି ବୁଲୁଛନ୍ତି ଯୁବଗୋଷ୍ଠୀ । ତେବେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସମସ୍ତଙ୍କ ସୁରକ୍ଷା ପାଇଁ ଅନେକ ନିୟମ କରାଯାଇଛି । ଏସମସ୍ତ ନିୟମକୁ ମାନିବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ଜରୁରୀ । ତେବେ କିଛି ଲୋକଙ୍କ ପାଇଁ ଅନ୍ୟ ସମସ୍ତେ ହଇରାଣ ହେଉଛନ୍ତି ଏଇ ବିକଟାଳ ଶବ୍ଦ କରୁଥିବା ସାଇଲେନସର ଯୋଗୁଁ । ଏବେ ଆନ୍ଧ୍ର ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ପୋଲିସ୍‌କୁ ମିଳୁଛି ଚାରିଆଡୁ ପ୍ରଶଂସା । କିଛି ଦିନ ତଳେ ଆମ ରାଜଧାନୀ ଭୁବନେଶ୍ୱରରେ ବି ଏଭଳି ସାଇଲେସର ସଉକ ଥିବା ପିଲାଙ୍କ ଉପରେ ପୋଲିସ୍‌ ଚଢ଼ାଉ କରିଥିଲା । ତଥାପି ଏଭଳି ଅମାନିଆମାନେ ସାବାଡ୍‌ ହେଉ ନାହାନ୍ତି । ତେଣୁ ଦରକାର ଆହୁରି କଡ଼ା ଦଣ୍ଡ । ଏବେ କେବଳ ଜରିମାନାରେ ସୀମିତ ରହିଛି ଏହି ନିୟମ ।

Powered by Froala Editor

Tags Silencer

Related articles Odisha News Lens 4.1

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ
    ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14593
    May 20, 2025
  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13778
    May 21, 2025
  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14520
    May 20, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13575
    May 21, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍
    ଦେଶ-ଦେଶାନ୍ତର

    ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15385
    May 20, 2025
  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13521
    May 20, 2025
  • ସ୍ନାନ ଜଳରେ ମିଶାନ୍ତୁ  ଏହି ସ୍ୱତନ୍ତ୍ର ଜିନିଷ,  ହୋଇଥାଏ ଶୁଭ
    ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14191
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ
    ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14604
    May 21, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ
    ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14619
    May 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14520
    May 20, 2025
  • ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14593
    May 20, 2025
  • ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14619
    May 20, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16610
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16901
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14604
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14191
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13967
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15649
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15640
    May 19, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13987
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14780
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14604
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14191
    May 21, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15385
    May 20, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In