ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍ ଖାତକୁ ଖସି ପଡ଼ିବାରୁ ୨୦ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
କୁଲ୍ଲର ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି, ବସଟି ଲୋକଙ୍କୁ ନେଇ ସାଇନଜ ଯାଉଥିଲା। ତେବେ ସକାଳ ୮.୩୦ରେ ଏହା ଭାରସାମ୍ୟ ହରାଇ ଜଙ୍ଗଲା ଗ୍ରାମରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଗୋଟିଏ ଖାତକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୨୦ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାରେ ଗାଡ଼ିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏହାସହ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ବସ୍ ଡ୍ରାଇଭର, କର୍ମଚାରୀ ଓ ଜଣେ ଯାତ୍ରୀ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି।
Powered by Froala Editor