ମେ ୧୭ ପର୍ଯ୍ୟନ୍ତ ଦିଲ୍ଲୀରେ ବଢିଲା ଲକଡାଉନ ଅବଧି
ଦିଲ୍ଲୀରେ ବଢିଲା ଲକଡାଉନ ଅବଧି । ମେ ୧୭ ପର୍ଯ୍ୟନ୍ତ ‘ଲକ୍ଡାଉନ୍’ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଥିବା କଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର ‘ଲକ୍ଡାଉନ୍’ ଜାରି କରିବା ଲାଗି ସ୍ଥିର କରିଛନ୍ତି। ତେଣୁ, ମେଟ୍ରୋ ସେବା ବାତିଲ ହେବ।
ଦିଲ୍ଲୀରେ ୨ ରୁ ୩ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫ ପ୍ରତିଶତରୁ ୨୩ ପ୍ରତିଶତକୁ କମିଛି । ସଂକ୍ରମଣ ଆହୁରି କମାଇବାକୁ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି । ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରୁଛନ୍ତି। ପୂର୍ବରୁ ୧୪ଦିନ ଲକଡାଉନ ଘୋଷଣା କରିଥିଲା ଦିଲ୍ଲୀ ।
Powered by Froala Editor