ଡଲାର ତୁଳନାରେ ସର୍ବନିମ୍ନ ଖସିଲା ଟଙ୍କାର ମୂଲ୍ୟ
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ୭୯.୦୩କୁ ଖସି ଆସିଛି। ଏହାର ଅର୍ଥ ଗୋଟିଏ ଡଲାରର ମୂଲ୍ୟ ଏବେ ୭୯ ଟଙ୍କା। କ୍ରମାଗତ ୬ଷ୍ଠ ଦିନ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୈଳଦର ବୃଦ୍ଧି ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ବୁଧବାର ଦିନ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮ପଇସାର ହ୍ରାସ ଘଟି ଏହା ୭୯.୦୩ (ଅସ୍ଥାୟୀ) ରେକର୍ଡ ନିମ୍ନସ୍ତରରେ ବନ୍ଦ ହୋଇଛି। ଯାହା କ୍ରମାଗତ ବିଦେଶୀ ପୁଞ୍ଜି ବର୍ହିଗମନ, ବିଦେଶରେ ଏକ ଶକ୍ତିଶାଳୀ ଡଲାର ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛି।
ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ତଳକୁ ଖସିଛି। ଫଳରେ ଏହା ରେକର୍ଡ ୭୯.୦୪ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ଦୁର୍ବଳ ହୋଇ ନଥିଲା।
Powered by Froala Editor