ଆକାଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ
ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଟେଲିକମ୍ ୟୁନିଟ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ଆକାଶ ଅମ୍ବାନୀଙ୍କୁ ତାଙ୍କ ସ୍ଥାନରେ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି।
ରିଲାଏନ୍ସ ଜିଓ ବୋର୍ଡ ବୈଠକ ଜୁନ ୨୭ରେ ବସିଥିଲା। ଆଉ ଏହି ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ରିଲାଏନ୍ସ ଜିଓ ମାର୍କେଟ୍ ରେଗୁଲଟରୀ ସେବି(SEBI) କୁ ଏହାର ସୂଚନା ଦେଇଛି।
ପଙ୍କଜ ମୋହନ ପାଓ୍ଵାରଙ୍କୁ ପରିଚାଳକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଜୁନ ୨୭ରୁ ସେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ଯାଏଁ ପଙ୍କଜ ଏହି ପଦରେ କାର୍ଯ୍ୟ କରିବେ। ଏଥିସହ ରାମିନ୍ଦର ସିଂହ ଗୁଜରାଲ ଏବଂ କେଭି ଚୌଧୁରୀଙ୍କୁ ରିଲାଏନ୍ସ ଜିଓ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, କମ୍ପାନୀର ନିର୍ଦ୍ଦେଶକ ଭାବେ ମୁକେଶ ଅମ୍ଵାନୀ ଜୁନ ୨୭ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସର ଚେୟାରମ୍ୟାନ ଭାବେ ଆକାଶ ଏମ ଅମ୍ବାନୀଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି।

Powered by Froala Editor