ଆଇସିୟୁରେ ଆଶାରାମ ବାପୁ

ଯୋଧପୁର: ବଳାକ୍ରାର ଅଭିଯୋଗରେ ସଜ୍ଜା କାଟୁଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କ ଗୁରୁତର ହୋଇଛି । ସେ ଶ୍ୱାସକି୍ରୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଯୋଧପୁର ସ୍ଥିତ ଏମଜି ହସ୍ପିଟାଲକୁ ବୁଧବାର ରାତିରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଏବେ ତାଙ୍କୁ ଭେଣ୍ଟିଲେଟର ସର୍ପୋଟରେ ରଖାଯାଇଛି । ଯୋଧପୁର କେନ୍ଦ୍ରୀୟ କାରଗାର ଅଧିକାରୀ କହିଛନ୍ତି ଯେ ସେଠାକାର ସମସ୍ତ ଅନ୍ତେବାସୀଙ୍କ ନମୁନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା । ସୋମବାର ଆଶାରାମ ବାପୁ ଓ ଅନ୍ୟ କିଛି କଏଦୀଙ୍କ ନମୁନା ପଜିଟିଭ ଥିବାର ରିପୋର୍ଟ ଆସିଥିଲା । ହେଲେ ବୁଧବାର ତାଙ୍କ ଅବସ୍ଥା ବିଗିଡ଼ିବା ପରେ ତୁରନ୍ତ ଏମଜି ହସ୍ପିଟାଲକୁ ପଠାଯାଇଥିଲା ।
Powered by Froala Editor