ଆଜି ବାରବାଟୀ ମ୍ୟାଚ୍, ସାଙ୍ଗରେ ନେବେନି ଏହ।

କଟକ : ଆଜି ସନ୍ଧ୍ୟାରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ସମୟ ଯେତିକି ସରିସରି ଆସୁଛି, କ୍ରିକେଟ୍ପ୍ରେମୀଙ୍କ ମହଲରେ ଉକôଣ୍ଠା ସେତିକି ବଢି ବଢି ଚାଲିଛି । ଟିକେଟ୍ କିଣାଠୁ ଆରମ୍ଭ କରି ଉଭୟଦଳର ଅଭ୍ୟାସ ଦେଖିବା ପାଇଁ ଷ୍ଟାଡିୟମରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଘରୋଇ ଦଳରେ ତାରକା ଖେଳାଳୀ ନଥିଲେ ମଧ୍ୟ ରିଷଭ ପନ୍ତ ଓ ସାଥୀ କେଳାଳୀଙ୍କୁ ସମର୍ଥନ କରିବାକୁ ଓଡିଶାବାସୀ ପ୍ରସ୍ତୁତ ଅଛନ୍ତି ।
ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଥିବାରୁ ଆୟୋଜକଙ୍କ ପକ୍ଷରୁ ସତର୍କତା ଅବଳମ୍ବନ କରାଯାଇଛି । ବାରବାଟୀ ମ୍ୟାଚ୍ ଦେଖିବାକୁ ଆସିବା ସମୟରେ ଦର୍ଶକ ମାନଙ୍କୁ କିଛି ଜିନିଷ ସାଙ୍ଗରେ ଆଣିବାକୁ ବାରଣ କରାଯାଇଛି । ସୁରକ୍ଷା ଜନିତ କାରଣରୁ ବ୍ୟାଗ୍, ବି୍ରଫକେସ୍, ପେଜର୍, ରେଡିଓ, ଡିଜିଟାଲ ଡାଏରୀ, ଲ୍ୟାପଟପ୍, ଟେପ୍ ରେକର୍ଡର, ବାଇନାକୁଲର, ରିମୋଟ କଣ୍ଟୋ୍ରଲ ଡିଭାଇସ୍, ମୁ୍ୟଜିକାଲ ଇନଷ୍ଟ୍ରୁମେଣ୍ଟ, ଭିଡିଓ କ୍ର୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଅସ୍ତ୍ରଶସ୍ତ୍ର, ୱାଟର ଜଗ, ଛତା, ବିଡି, ସିଗାରେଟ୍, ଦିଆସିଲି, ଲାଇଟର୍, ମିରର, ସିଜର, କାଚ ବସ୍ତୁ, ଛୁରି, ଛୁଞ୍ଚି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖ୍ରଦ୍ୟ ଯୋଗାଇଦିଆଯିବ ବୋଲି ସୂଚନା ଦିଆଯାଇଛି ।
Powered by Froala Editor