ଆଜି ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିବ ବାଟବାଟୀ

କଟକ: ଆଉ ମାତ୍ର କିଛି ଘଣ୍ଟା ବାକି ଦୁଲୁକିବ ବାଟବାଟୀ ଷ୍ଟାଡିୟମ । ଦର୍ଶକଙ୍କ ଖଚାଖଚ ଭିଡରେ ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିବ ମଇଦାନ । ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ପ୍ରତୀକ୍ଷା ସମୟ ଯେତିକି ପାଖଉଛି କ୍ରିକେଟପ୍ରେମୀଙ୍କ ମନରେ ଉତ୍ସାହ ସେତିକି ବଢୁଛି । କାରଣ ଆଜି (ରବିବାର) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଡି ମୁକାବିଲା । ସନ୍ଧ୍ୟା ୭ଟାରୁ ବ୍ୟାଟେଲ ପାଇଁ ମଇଦାନକୁ ଓହ୍ଲାଇବେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ।
ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ ଭାରତୀୟ ଦଳ ଆଜିର ମ୍ୟାଚରେ ବିଜୟ ପାଇଁ ଏକଦମ ପ୍ରସ୍ତୁତ ଅଛି । ବାରବାଟୀରେ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଶାଳ ସ୍କୋର ସହ ଶୃଙ୍ଖଳିତ ବୋଲିଂ କରିବାକୁ ଯୋଜନା କରିଛି ଭାରତ । ପ୍ରତି ଖେଳାଳିଙ୍କ ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ ହୋଇଛି । ବ୍ୟାଟିଂ ବିଭାଗକୁ ନେଇ ଚିନ୍ତା ନଥିଲେ ବି ବୋଲିଂ ଓ ଫିଲ୍ଡିଂରେ ଦଳକୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ । ଆଜି ଜମ୍ମୁର ଉମ୍ରାନ ମଲ୍ଲି ଡେବ୍ୟୁ କରିପାରନ୍ତି । ପୂର୍ବ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ଫିକା ପଡିଥିଲା । ଆଜି ସମସ୍ତ ତ୍ରୁଟି ସୁଧାରି ମଇଦାନକୁ ଓହ୍ଲାଇବ ଟିମ । ଭୁବନେଶ୍ବର କୁମାରଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବ । ବ୍ୟାଟିଂ ଟପ ଅର୍ଡରରେ ପ୍ରାୟ ସମସ୍ତ ଖେଳାଳି ଭଳ ଫର୍ମରେ ଅଛନ୍ତି ।
ଏହି ହାଇପ୍ରୋଫାଇଲ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ସଜେଇ ହୋଇଛି ବାରବାଟୀ ।
Powered by Froala Editor