ଗଞ୍ଜେଇ ଯାଞ୍ଚ ବେଳେ ଜବତ ହେଲା ୫୦ ଲକ୍ଷର ହୀରା

ଓଡ଼ିଶାରୁ ଚାଲାଣ ହେଉଥିବା ଗଞ୍ଜେଇ ଧରିବା ପାଇଁ ଯାଞ୍ଚ କରୁଥିଲା ଛତିଶଗଡ଼ ପୁଲିସ୍। ହେଲେ ହୀରା କାରବାର ମାମଲାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର ବାପପୁଅଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଏକ ସ୍କୁଟି ଓ ୭୪୫ କ୍ୟରେଟ୍ ହୀରା ଜବତ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି (ଟୋଲା) ଗ୍ରାମର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ।
ଗୁରୁବାର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଟୋଲା ଗାଁର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ସ୍କୁଟିରେ ହୀରା ଧରି ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଛତିଶଗଡ଼ର ଶୋଭା ଥାନା ପୁଲିସ୍ ଯାନବାହାନ ଯାଞ୍ଚ କରୁଥିଲା। ପୁଲିସକୁ ଦେଖି ଉଭୟ ବାପ-ପୁଅ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ ପୁଲିସ୍ ମାଡ଼ି ବସିଥିଲା। ଜବତ ହୋଇଥିବା ହୀରା ୭୪୫ କ୍ୟାରେଟ୍ ହୋଇଥିବା ସହିତ ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଉଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
Powered by Froala Editor