ନିଯୁକ୍ତି ପାଇବେ ୩୬୩ ନୂଆ ଡାକ୍ତର

ଭୁବନେଶ୍ୱର: ନିଯୁକ୍ତି ପାଇବେ ୩୬୩ ନୂଆ ଡାକ୍ତର । ତେବେ ସେମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଅନଲାଇନ୍ରେ କାଉନସେଲିଂ କରାଯିବ । ଯାହା ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ମନୋନୀତ ଡାକ୍ତର ଛାତ୍ରଛାତ୍ରୀମାନଙ୍କୁ ଗ୍ରୁପ୍-ଏ ମେଡିକାଲ୍ ଅଫିସର୍ ଭାବେ ନିଯୁକ୍ତି ଦିଆଯିବ ।
ଏହି ପଦବିରେ ନିଯୁକ୍ତି ପାଇଁ ୨୦୨୧ ନଭେମ୍ୱର ୬ରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି)ବିଜ୍ଞପ୍ତି ପ୍ରକାଶ କରିଥିଲେ । ୧୮୭୧ ଡାକ୍ତର ପଦବି ପାଇଁ ସେତେବେଳେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ପରୀକ୍ଷା ଚଳିତବର୍ଷ ଜାନୁଆରୀ ୨୩ରେ ହୋଇଥିଲା। ଯେଉଁଥିରେ ୧୮୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ପ୍ରାୟ ୧୭୦୦ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୩୬୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଓପିଏସ୍ସି ଗତ ମାର୍ଚ୍ଚ ୨୯ରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲା । ତେବେ ତାଲିକାରେ ଥିବା ୧୦ରୁ ୧୨ଜଣ ଡାକ୍ତରୀ ଛାତ୍ରଛାତ୍ରୀ ତାଙ୍କ ଡକ୍ୟୁମେଣ୍ଟ୍ ଦେବାରେ ବିଳମ୍ବ କରିଥିବାରୁ ପ୍ରକ୍ରିୟା ବିଳମ୍ବ ହୋଇଥିଲା ।
Powered by Froala Editor