ମାଟି ଅତଡ଼ା ଖସି ଚାଲିଗଲା ୨ ଶିଶୁଙ୍କ ଜୀବନ

କେନ୍ଦ୍ରାପଡ଼ା :ମାଟି ଅତଡ଼ା ଖସି ଚାଲିଗଲା ୨ଜଣ ଶିଶୁଙ୍କ ଜୀବନ। ଏଭଳି ଅଭାବୀନୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ମାଗୁରଗଣ୍ଡ ପାଟଣାରେ ଘଟିଛି। ପୂରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର ସକାଳୁ ଗାଁ ନିକଟରେ ନିର୍ମାଣଧିନ ପୋଖରୀ ଖୋଳା ଚାଲିଥିବା ଏକ ପୋଖରୀ ଭିତରେ ପଶି ଖେଳୁଥିଲେ। ଏହି ସମୟରେ ହଠାତ୍ ପୋଖରୀ ବନ୍ଧରୁ ମାଟି ଅତଡା ଧସି ଯାଇଥିଲା। ଫଳରେ ଉଭୟ ଶିଶୁ ସେହି ମାଟି ଅତଡା ତଳେ ରହିଯାଇଥିଲେ। ପରେ ଖୋଜାଖୋଜି କରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା। ମାଟିରୁ ଉଦ୍ଧାର କରି ଉଭୟ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର୍ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Powered by Froala Editor