ଥୋମାସ କପ୍ ବିଜୟୀଙ୍କୁ ସମ୍ୱର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଥୋମାସ କପ ବିଜୟୀ ଭାରତୀୟ ଦଳକୁ ଆଜି ସ୍ୱାଗତ କରିବ ଓଡ଼ିଶା । ଥୋମାସ କପ ବିଜେତା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ୟ୍ୟକ୍ରମ ରହିଛି । ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମ ।
ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଅଲିମ୍ପିକ୍ସରେ ବ୍ରାଞ୍ଜ ପଦକ ହାସଲ ନେଇ ଭାରତୀୟ ପୁରୁଷ ହକି ଦଳକୁ ସମ୍ୱରଦ୍ଧିତ କରିଥିଲେ ରାଜ୍ୟ ସରକାର । ଏହା ସହିତ ମହିଳା ହକି ଦଳକୁ ମଧ୍ୟ ସମ୍ୱର୍ଦ୍ଧ୍ୱିତ କରିଥିଲେ ରାଜ୍ୟ ସରକାର ।
Powered by Froala Editor