କାଭିଡ ସହାୟତା ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ଏମକେ ଷ୍ଟାଲିନ ପ୍ରଥମ ଥର ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ କାର୍ଯ୍ୟଭାର ଗ୍ରହଣ ପରେ କୋଭିଡ ସହାୟତା ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ଚାଉଳ ରାସନ କାର୍ଡଧାରୀ ପରିବାରକୁ ୪ ହଜାର ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏକ ନିଦେ୍ର୍ଧଶରେ ସ୍ୱାକ୍ଷର କରିଛନ୍ତି । ଏହା ଦ୍ୱାରା ୨.୦୭ କୋଟି କାର୍ଡଧାରୀ ଉପକୃତ ହେବେ । ଚଳିତ ମାସରେ ଏହାର ପ୍ରଥମ କିସ୍ତି ୨ ହଜାର ଟଙ୍କା ଲେଖାଏଁ ଦିଆଯିବ ।
Powered by Froala Editor