‘ହୀରାମଣ୍ଡି’ ପାଇଁ ବଡ଼ ବଜେଟ୍

‘ଗାଙ୍ଗୁବାଇ କାଠିଆୱାଡି’ ପରେ ଏବେ ‘ହିରାମଣ୍ଡି’ ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ସଞ୍ଜୟ ଲୀଲା ଭନସାଲୀ। ଫିଲ୍ମର ବଜେଟ୍, ଷ୍ଟାର୍ କାଷ୍ଟ ଏବଂ ଫି’କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ଫିଲ୍ମଟି ବଡ ବଜେଟ୍ ସହିତ ପ୍ରସ୍ତୁତ ହେଉଛି । ନେଟଫ୍ଲିକ୍ସ ‘ହିରାମଣ୍ଡି’ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଏହି ଫିଲ୍ମଟି ଏକ ମଲ୍ଟି ଷ୍ଟାରର ହେବାକୁ ଯାଉଛି । ଅନେକ ବଡ ବଡ ତାରକାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ସୋନାକ୍ଷୀ ସିହ୍ନା, ମନୀଷା କୋଇରାଲା, ହୁମା କୁରେଶି ଏବଂ ରିଚା ଚଢା ଏହି ଫିଲ୍ମରେ ନଜର ଆସିବେ ବୋଲି ଖବର ରହିଛି।
ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ପ୍ରାୟ ୬୦-୬୫ କୋଟି ଟଙ୍କା ନେଉଛନ୍ତି। ଗତ ବର୍ଷ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା।
Powered by Froala Editor