ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ
![ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ](https://odishanewslens.com/news_gallery/13892_1654455016.jpg)
ପୂର୍ବ ଉପକୂଳ ଅନ୍ତର୍ଗତ ଜଳରାଶି ମଧ୍ୟକୁ ଉତ୍ତର କୋରିଆ ଏକାଥରକେ ୮ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦୀର୍ଘ ୪ ବର୍ଷ ପରେ ସିଓଲ୍ ଓ ୱାସିଂଟନ୍ ମିଳିତ ସମରାଭ୍ୟାସ କରିବାର ଦିନକ ପରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଇଛି। ଉକ୍ତ ମିଳିତ ସମରାଭ୍ୟାସରେ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ବିମାନବାହୀ ଯୁଦ୍ଧପୋତ ସାମିଲ କରାଯାଇଥିଲା।
ଉତ୍ତର କୋରିଆର ରାଜଧାନୀ ପୋଙ୍ଗୟାଙ୍ଗର ସୁନାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡିକ ଲଞ୍ଚ କରାଯାଇଛି। ଆଜି ସକାଳେ ୩୦ ମିନିଟ୍ରୁ ଅଧିକ ସମୟ ଧରି ଏହି କ୍ଷେପଣାସ୍ତ୍ର ସବୁ ନିକ୍ଷେପ କରାଯାଇଥିଲା ବୋଲି ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ ଷ୍ଟାଫ୍ କହିଛନ୍ତି।
ଉତ୍ତର କୋରିଆ ଅନ୍ୟୂନ ୬ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି। ସେ କହିଛନ୍ତି, ଏଥର ଖୁବ୍ ସ୍ବଳ୍ପ ସମୟ ଭିତରେ ଅନ୍ୟୂନ ୩ଟି ସ୍ଥାନରୁ ବହୁ ସଂଖ୍ୟକ ଉତ୍କ୍ଷେପଣ ହୋଇଛି ।
Powered by Froala Editor