Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ...

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ...

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

Home ›› ››ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ

ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ

2022-06-02 11:31:05
14365
Share:
Facebook
Twitter
E-Mail
WhatsApp
Telegram
ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ- ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଂଚାୟତ ପ୍ରତିନିଧି ମାନଙ୍କ ଦିଗ୍ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି  । ନବନିର୍ବାଚିତ ପଂଚାୟତ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଂଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ୱାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥିଲେ  ।

 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଂଚାୟତର ଗୁରୁତ୍ୱ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି  । ପଂଚାୟତ ହେଉଛି ସେବାର କେନ୍ଦ୍ର  । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଂଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ  । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ  ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ  ।

 

୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା ଓ ରୂପାନ୍ତର ।  ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଆପଣଙ୍କ ଗାଁ, ଆପଣଙ୍କ ପଂଚାୟତର ପରିବର୍ତ୍ତନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ  । ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ  । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ । ନିଜ କାମ ଦ୍ୱାରା ନିଜ ନିଜ ଅଂଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

 

କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ  ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶରେ ପଂଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

 

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଂଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି  । ଏହାଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ । ପଂଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଂଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

 

କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଂଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ  ।

 

ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି । ଓଡିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଲେ ଯେ ପଂଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି । ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ  । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଂଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍
    ଦେଶ-ଦେଶାନ୍ତର

    ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15197
    Apr 11, 2026
  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14428
    Apr 11, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15278
    Apr 11, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14484
    Apr 10, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14158
    Apr 11, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14853
    Apr 10, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15458
    Apr 10, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    14942
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15373
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15278
    Apr 11, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14428
    Apr 11, 2026
  • ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14484
    Apr 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17411
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17468
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17821
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16297
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14158
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15408
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14264
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14585
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15745
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15323
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15053
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15557
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13854
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15197
    Apr 11, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15373
    Apr 10, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15271
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In