ଯୁଦ୍ଧ ପାଇଁ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଦେବ ଆମେରିକା

ୱାଶିଂଟନ : ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଜି ହୋଇଛନ୍ତି । ଋଷିଆ ଭିତରକୁ ପ୍ରୟୋଗ ନକରିବା ଲାଗି ପ୍ରତିଶ୍ରୁତି ଦେବା ପରେ ଆମେରିକା ୟୁକ୍େରନକୁ ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ଯୋଗାଇବାକୁ ଯାଉଛି, ଯାହା ୮୦କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ବୋଲି ଆମେରିକାର ଜଣେ ବରିଷ୍ଟ ଅଧିକାରୀ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ ବାଇଡେନ୍ କହିଲେ ଯେ, କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ୟୁକ୍ରନ ଋଷିଆ ଯୁଦ୍ଧର ଅବସାନ ହେବ । କିନ୍ତୁ ଏହି କଥାବାର୍ତ୍ତା-ଟେବୁଲରେ ୟୁକ୍ରେନ୍ ଅତ୍ୟନ୍ତ ଦୁର୍ବଳ ପକ୍ଷ ହୋଇ ନ ପଡିବା ଲାଗି ଆମେରିକା ଏହାକୁ ଗୁରୁପôପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଦେବ । ସେଥିପାଇଁ ବେଇଡେନ୍ ଯୁକ୍ରେନକୁ ଅଧିକ ଦୂରଗାମୀ ଓ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ୟୁକ୍ରେନକୁ ୭୦୦ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇଦେବେ ।
ତା’ଭିତରେ ଦୂରଗାମୀ କ୍ଷେପଣାସ୍ତ୍ର ସହ ଏୟାର ସର୍ଭେଲାନ୍ସ ରାଡାର, ଜାଭେଲିନ କମାଣ-ବିଧ୍ୱଂସୀ କ୍ଷେପଣାସ୍ତ୍ର ଏବଂ ସାଞ୍ଜୁଭେଦୀ ଅସ୍ତ୍ରଶସ୍ତ୍ର ପ୍ରଭୃତି ଅନ୍ତର୍ଭୁକ୍ତ ଅଛି । ତବେ ଋଷିଆକୁ ମାଡ କରିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଉନାହାନ୍ତି ବୋଲି ବାଇଡେନ୍ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ୟୁକ୍ରେନ ଯେପରି ଆତ୍ମରକ୍ଷା କରିବାକୁ ସମର୍ଥ ହେବ, ସେଥିପାଇଁ ତାକୁ ସାହାଯ୍ୟ କରିବାକୁ ଆମେରିକା ଚାହୁଁଛି ବୋଲି ସେ କହିଥିଲେ ।
Powered by Froala Editor