ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର : ମୁଣ୍ଡରୁ ପଗଡ଼ି ଖୋଲିଲେ ବାପା

ପଞ୍ଜାବର ମାନସାରେ ସରିଛି କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲଙ୍କ ଅନ୍ତିମ ସଂସ୍କାରର। ମୁସେୱାଲଙ୍କ ପାର୍ଥିବ ଶରୀର ତାଙ୍କ ଗାଁର ଜାୱାହାରକେଠାରେ ଥିବା ଶ୍ମଶାନକୁ ବିରାଟ ଶୋଭାଯାତ୍ରା ମଧ୍ୟରେ ନିଆ ଯାଇଥିଲା। ଏହି ସମୟରେ ହଜାର ହଜାର ଲୋକ ନିଜ ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ଦର୍ଶନ ଓ ବିଦାୟକ ଜଣାଇବାକୁ ଏକାଠି ହୋଇଥିଲେ।
ଗୋଟିଏ ପଟେ ସିଦ୍ଧୁଙ୍କ ମୃତ୍ୟୁ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ୨୮ ବର୍ଷୀୟ ପୁଅଙ୍କୁ ହରାଇ ପରିବାରଲୋକେ ବହୁତ ଭାଙ୍ଗି ପଡ଼ିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାୟକଙ୍କ ବାପା ନିଜ ପଗଡ଼ି କାଢ଼ି ଭୋ ଭୋ ହୋଇ କାନ୍ଦୁଥିବା ନଜର ଆସୁଛନ୍ତି। ଏହାପରେ କାନ୍ଦି କାନ୍ଦି ମୋ ପୁଅକୁ ଫେରାଇ ଦିଅ ବୋଲି ଆକୁଳ ନିବେଦନ କରିଥିଲେ। ସେହିଭଳି ତାଙ୍କ ମା' ପଗଡ଼ି ବାନ୍ଧିବାକୁ ଚୁଟି କୁଣ୍ଡାଉଥିବା ଦେଖାଯାଉଛି।
ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ରାତିରେ ତାଙ୍କ ପୋଷ୍ଟମର୍ଟମ କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ଅନ୍ତିମ ସଂସ୍କାର କରାଯାଇଛି।
Powered by Froala Editor