ସିସିଏଚଏଫତ ଭାଇରସ୍ ଆତଙ୍କ, ଗଲାଣି ୧୯ ଜୀବନ
ନୂଆଦିଲ୍ଲୀ : ଇରାକରେ ସିସିଏଚଏଫତ ଭାଇରସ୍ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ଏହି ଭୂତାଣୁରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଜ୍ୱର ହେବା ସହିତ ସେମାନଙ୍କ ନାକରୁ ରକ୍ତ ବାହାରି ମୃତୁ୍ୟ ହୋଇଛି । ଉକ୍ତ ରୋଗରେ ଚଳିତବର୍ଷ ଇରାକରେ ୧୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କର ମୃତୁ୍ୟ ହେଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳିଛି ।
ଇରାକର ଗ୍ରାମାଞ୍ଚଳରେ ଉକ୍ତ ରୋଗ ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଦେଶର ଦକ୍ଷିଣରେ ଥିବା ପ୍ରଦେଶ ଏଲନ୍ରେ ଦେଶର ଅଧା ମାମଲା ଦେଖାଦେଇଛି । ଚିକିସôକଙ୍କ କହିବା ଅନୁଯାୟୀ ଉକ୍ତ ଭାଇରସ୍ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଭିତରେ ଏବଂ ବାହାରେ ପ୍ରବଳ ରକ୍ତସ୍ରାବ ହେଉଛି । ବିଶେଷକରି ନାକରୁ ରକ୍ତ ବୋହୁଛି । ଏହି ଭାଇରସରେ ଆକ୍ରାନ୍ତ ଦୁଇ ପଞ୍ଚମାଂଶ ଲୋକଙ୍କର ମୃତୁ୍ୟ ହୋଇଛି । ୪୩ ବର୍ଷ ପୂର୍ବେ ୧୯୭୯ ମସିହାରେ ଇରାକରେ ପ୍ରଥମେ ଏହି ଭୂତାଣୁ ଦେଖାଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଏହି ରୋଗରେ ମୃତୁ୍ୟହାର ୧୦ ପ୍ରତିଶତରୁ ୪୦ ପ୍ରତିଶତ ।
ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଅନୁସାରେ ଏହି ରୋଗ ପ୍ରଥମେ କ୍ରିମିଆରେ ୧୯୪୪ ମସିହାରେ ଦେଖାଦେଇଥିଲା । ଫଳରେ ଏହାର ନାମ କ୍ରିମିଆନ ହେମୋରେଜିକ୍ ଫିଭର ଦିଆଯାଇଥିଲା । ଫଳରେ ୧୯୬୯ ମସିହାରେ କଙ୍ଗୋରେ ଏହା ଦେଖିବାକୁ ମିଳିବା ପରେ ଏହାର ନାମ ବଦଳାଇ କ୍ରିମିଆନ-କଙ୍ଗୋ ହେମୋରେଜିକ୍ ଫିଭର ରଖାଯାଇଛି ।
Powered by Froala Editor