ଚିନ୍ତା ବଢାଇଲାଣି ମଙ୍କିପକ୍ସ, ବଢୁଛି ସଂକ୍ରମଣ
ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ୱବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବଢିବାରେ ଲାଗିଛି । ଚେକ୍ ରିପବ୍ଲିକ୍, ଅଷ୍ଟି୍ରଆ ଏବଂ ସ୍ଲୋଭେନିଆରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ପ୍ରାୟ ୨୦ ରାଷ୍ଟ୍ରକୁ ମଙ୍କିପକ୍ସ ବ୍ୟାପିଥିବା ବେଳେ ବ୍ରିଟେନ, ଫ୍ରାନ୍ସ, କାନାଡା ଏବଂ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରରେ ଦ୍ରୁତ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । ଉତ୍ତର ଆମେରିକୀୟ ରାଷ୍ଟ୍ରକୁ ଗତ କିଛି ଦିନ ମଧ୍ୟରେ ମଙ୍କିପକ୍ସ ବ୍ୟାପିଛି ।
ବିିଶ୍ୱସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱରେ ଏବେ ୧୩୧ଟି ମଙ୍କିପକ୍ସ ମାମଲା ସ୍ପଷ୍ଟ କରାଯାଇଥିବାବେଳେ ୧୧୦ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି । ବିଶେଷଜ୍ଞମାନେ ଏହାକୁ ଅନିୟମିତ କହିବା ସହ ଏହା ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି । ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ କହିଛନ୍ତି, ଆଫ୍ରିକା ବାହାରେ ମଙ୍କିପକ୍ସ ମାମଲାକୁ ନିୟନ୍ତ୍ରଣ କରିହେବ ।
ତେବେ ମଙ୍କିପକ୍ସ ମାମଲା ଆଗକୁ ବଢିବ ବୋଲି ‘ହୁ’ ଅଧିକାରୀମାନେ କହିଛନ୍ତି । କରୋନା ପରି ମଙ୍କିପକ୍ସ ମହାମାରୀ ରୂପ ନେବାର ପ୍ରଶ୍ନ ନାହିଁ ବୋଲି ସେମାନେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜଣେ ପୂର୍ବ ବୈଜ୍ଞାନିକ ଡ. ଡେଭିଡ୍ ହେମ୍ୟାନ୍ କହିଛନ୍ତି ଯେ, ମଙ୍କିପକ୍ସ ଭୂତାଣୁର ବର୍ତ୍ତମାନ ପ୍ରକୋପ ପଛରେ ପୁରୁଷମାନଙ୍କ ମଧ୍ୟରେ ଯୌନସଂପର୍କ ମଧ୍ୟ ପ୍ରମୁଖ କାରଣ ହୋଇପାରେ ଏବଂ ଏହା ୟୁରୋପରୁ ସୃଷ୍ଟି ହୋଇଥିବା ସେ ଆଶଙ୍କା କରିଛନ୍ତି । ସଂକ୍ରମିତ ବ୍ୟକ୍ତି ସହ ଯୌନ ସଂପର୍କ କିମ୍ବା ଘନିଷ୍ଠତାରୁ ଏହା ବ୍ୟାପିଚାଲିଛି ବୋଲି ସେ କହିବା ସହ ଏ ଦିଗରେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଛ
Powered by Froala Editor