୪ ବର୍ଷ ଧରି ନାବାଳିକାକୁ ଯୌନ ନିର୍ଯାତନା, କନଷ୍ଟେବଲ ଗିରଫ

ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଇ ଆସୁଥିବା କମିଶନରେଟ ପୁଲିସର ଜଣେ କନଷ୍ଟେବଲ ଗିରଫ ହୋଇଛି। ଗିରଫ କନେଷ୍ଟବଳ କମିଶନରେଟ୍ ପୋଲିସର ରଜନୀକାନ୍ତ ଗମାଙ୍ଗ। । ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ଆଜି ମହିଳା ଥାନା ପୁଲିସ୍ ଅଭିଯୁକ୍ତ କନଷ୍ଟେବଲ ରଜନୀକାନ୍ତ ଗମଙ୍ଗୋକୁ ଗିରଫ କରିଛି।
ରଜନୀକାନ୍ତ ନାବାଳିକାଙ୍କୁ ୧୩ବର୍ଷ ହୋଇଥିବା ବେଳେ ଯୌନଶୋଷଣ ଆରମ୍ଭ କରିଥିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଫଟୋ ସୁଟ୍ କଋଥିଲା । ଭିଡ଼ିଓକୁ ନେଇ ବ୍ଲାକମେଲିଂ କରୁଥିଲା କନେଷ୍ଟବଳ । ପଚାଶ ହଜାର ଟଙ୍କା ଦେଲେ ଭିଡ଼ିଓକୁ ଡିଲିଟ କରିବ କହିଥିଲା । ଶେଷରେ ଚାଇଲ୍ଡ ଲାଇନ ସହାୟତା ନେଇଥିଲେ ପୀଡ଼ିତା । ଚାଇଲ୍ଡ ଲାଇନ୍ ସହାୟତାରେ ଗତକାଲି ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଥାନା ଆଇଆଇସି ବେଶ କୌଶଳକ୍ରମେ ଅଭିଯୁକ୍ତକୁ ଡ୍ୟୁଟି ସ୍ଥଳରୁ ହିଁ ଆଜି ଗିରଫ କରିଥିଲେ। ଏଥିସହ ତା’ ଘର ରେଡ୍ କରି ଅଶ୍ଳୀଳ ଭିଡିଓ ପାଇଁ ବ୍ୟବହାର ହୋଇଥିବା ବୈଦ୍ୟୁତିକ ଯନ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ରେଡ୍ ବେଳେ ଡିସିପି ଓ ଏସିପି ଜୋନ-୧ ପୂରା ଘଟଣା ଉପରେ ନଜର ରଖିଥିଲେ।
ଏବେ ନାବାଳିକାଙ୍କ ବୟସ ୧୭ ବର୍ଷ। ପୀଡ଼ିତାଙ୍କ ବୟାନ ୧୬୧ ଅନୁଯାୟୀ ଥାନାରେ ଓ ୧୬୪ ଅଧୀନରେ କୋର୍ଟରେ ରେକର୍ଡ କରାଯାଇଛି। ଏଥିସହ ତାଙ୍କର ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।
Powered by Froala Editor