ରୋଗୀକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସର ଚକ ବାହାରିଗଲା

ମହାରାଷ୍ଟ୍ରରେ ରୋଗୀକୁ ନେଇ ଯାଉଥିବା ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗପୁରରୁ ଏୟାର ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ହାଇଦ୍ରାବାଦ ଉଡ଼ାଣ ଭରିବା ପରେ ଦୁର୍ଘଟଣା ଘଟିଛି । ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।
ସୂଚନା ଅନୁସାରେ, ସି-୯୦ ଏୟାରକ୍ରାଫ୍ଟ ନାଗପୁରରୁ ହାଇଦ୍ରାବାଦ ଯାଉଥିଲା । ଏୟାର ଆମ୍ବୁଲାନ୍ସରେ ମୋଟ ୫ ଜଣ ଥିଲେ । ଯେଉଁଥିରେ ୨ ଜଣ କ୍ରିଉ ମେମ୍ବର, ଜଣେ ଡାକ୍ତର ଓ ରୋଗୀ ଥିଲେ । ନାଗପୁରରେ ବିମାନ ଉଡ଼ାଣ ମାତ୍ରେ ଏକ ଟାୟାର୍ ଭୂଇଁରେ ଖସି ପଡ଼ିଥିଲା । ପାଇଲଟ ଏକଥା ଜାଣିପାରିଥିଲେ। କିନ୍ତୁ କିଛି ଉପାୟ ନଥିଲା। ବିମାନଟି ଉଡାଣ କଲା ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ବେଲି ଲ୍ୟାଣ୍ଡିଂ କଲା। ଅର୍ଥାତ ଚକ ନଥିବାରୁ ବିମାନଟି ଭୂମିରେ ଆସି ରହିଗଲା। ଏଥିରେ କାହାର କିଛି କ୍ଷତି ଘଟନାହିଁ। ତୁରନ୍ତ ରୋଗୀ ଜଣଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
Powered by Froala Editor