କୋଟିପତି ନେବା ନିଶାରେ କୋଟିଏ ହାରିଲେ ପୋଷ୍ଟମାଷ୍ଟର
କୋଟିପତି ହେବା ନିଶାରେ କାଙ୍ଗାଳ ହୋଇଯାଇଛନ୍ତି ପୋଷ୍ଟମାଷ୍ଟର । ଆଇପିଏଲ ବେଟିଂରେ ୧ କୋଟି ଟଙ୍କା ହରାଇଛନ୍ତି । ନିରୀହ ଲୋକଙ୍କ ପେଟରେ ଲାତମାରି ଆଇପିଏଲ ବେଟିଂ କରିଥିଲେ ଅଭିଯୁକ୍ତ । ୨୪ଟି ପରିବାରର ଜମା ଅର୍ଥରାଶିକୁ ‘ଆଇପିଏଲ୍’ ‘ବେଟିଙ୍ଗ୍’ରେ ଲଗାଇଥିଲେ। ଏହି ଅର୍ଥ ସାଗର ଜିଲ୍ଲାର ବିନା ଉପ-ଡାକଘରେ ‘ଫିକ୍ସଡ୍ ଡିପୋଜିଟ୍’ ହୋଇଥାଆନ୍ତା ବୋଲି ପୁଲିସସୂତ୍ରରୁ ଜଣାପଡ଼ିଛି।
ଅଭିଯୁକ୍ତ ପୋଷ୍ଟମାଷ୍ଟର ହେଉଛନ୍ତି ବିଶାଳ ଅହିୱାର୍ । ସେ ମଧ୍ୟପ୍ରଦେଶର ବିନା ଜିଲ୍ଲା ଉପ-ଡାକଘରର ପୋଷ୍ଟ ମାଷ୍ଟର । ସେ ୨୪ ପରିବାରର କୋଟିଏରୁ ଅଧିକ ଟଙ୍କାର ଫିକ୍ସ ଡିପୋଜିଟ୍କୁ ଆଇପିଏଲ୍ ବେଟିଂରେ ଲଗାଇ ଦେଇଥିଲେ। ତେବେ ସେ ଏହି ବେଟିଂ ହାରି ଯାଇଛନ୍ତି। କୋଟିପତି ହେବା ବଦଳରେ ସେ ପାଲଟି ଯାଇଛନ୍ତି ଦୋଷୀ। ବିନା ରେଲୱେ ପୁଲିସ ମେ’ ୨୦ ତାରିଖରେ ତାଙ୍କୁ ଗିରଫ କରିଛି। ଜଣେ ପୋଷ୍ଟମାଷ୍ଟର୍ ୧ କୋଟି ଟଙ୍କା ବାଜି ହାରିବା ଘଟଣାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।
ଗିରଫ ପୋଷ୍ଟ୍ମାଷ୍ଟର୍ ବିଶାଳ ଅହିୱାର୍ଙ୍କ ବିରୋଧରେ ଦଫା ୪୨୦ ଓ ୪୦୮ ଲାଗୁ କରାଯାଇଛି। ତାଙ୍କ ବିରୋଧରେ ଆହୁରି ଦଫା ଲାଗିପାରେ ବୋଲି ବିନା ‘ଜିଆର୍ପି’ ଥାନାର ଭାରପ୍ରାପ୍ତ ଅଜୟ ଧୁର୍ବେ କହିଛନ୍ତି।
Powered by Froala Editor