ବିଷାକ୍ତ ମଦ ଯୋଗୁଁ ୫ ଜଣଙ୍କ ମୃତ୍ୟୁ, ପୋଲିସ ପହଞ୍ଚିବା ପୂର୍ବରୁ ଶବ ପୋଡ଼ିଦେଲେ ପରିବାର ଲୋକେ
ବିହାରର ଔରଙ୍ଗାବାଦ ଜିଲ୍ଲାରେ ନକଲି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଔରଙ୍ଗାବାଦ ପୋଲିସ ୬୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହି ପାଞ୍ଚଜଣ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜାଣିବା ଏବେ ସମ୍ଭବ ନୁହେଁ କାରଣ ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକମାନେ ଶବ ସଂସ୍କାର କରିସାରିଥିଲେ ବୋଲି ଔରଙ୍ଗାବାଦର ଆରକ୍ଷି ଅଧିକ୍ଷକ (ଏସପି) କନ୍ତେଶ କୁମାର ମିଶ୍ର କହିଛନ୍ତି।
କନ୍ତେଶ କୁମାର ମିଶ୍ରଙ୍କ ଅନୁସାରେ ଏହି ଘଟଣା ମଦନପୁର ବ୍ଲକରେ ଘଟିଛି । ନକଲି ବିଷାକ୍ତ ମଦପିଇ ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ୨ଜଣଙ୍କର ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଅନ୍ୟ ଦୁଇଜଣ ଲୋକ ଏବେ ଗୟା ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
Powered by Froala Editor