ଗୌତମଙ୍କ ହାତ ଧରିଲେ କନିକା, ଲଣ୍ଡନରେ ବିବାହ ଶେଷ

ଗାୟିକା କନିକା କପୁର ଶୁକ୍ରବାର ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି। ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଗୌତମଙ୍କ ହାତ ଧରିଛନ୍ତି କନିକା । ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। କନିକା ବିବାହ ପାଇଁ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ, ଭାରୀ ଅଳଙ୍କାର ସହ ନ୍ୟୁଡ୍ ମେକଅପ୍ରେ ନଜର ଆସିଛନ୍ତି। ସେପଟେ ତାଙ୍କ ସ୍ୱାମୀ ଗୌତମ ମଧ୍ୟ କ୍ରିମ୍ କଲର୍ର ସେରୱାନି ପିନ୍ଧିଥିଲେ। ଏଥିସହ କନିକାଙ୍କୁ ମ୍ୟାଚ୍ କରି ଗୋଲାପି ରଙ୍ଗର ହାର ପିନ୍ଧିଥିଲେ।
ନିକଟରେ କନିକାଙ୍କ ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। କନିକାଙ୍କ ଏହି ବିବାହରେ କେବଳ ତାଙ୍କ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ ସାମିଲ ହୋଇଥିଲେ। ବଲିଉଡର କୌଣସି ସେଲେବ୍ରିଟି ଏହି ବିବାହରେ କିନ୍ତୁ ଯୋଗ ଦେଇନଥିଲେ। କେବଳ ତାଙ୍କର ଘନିଷ୍ଠ ବନ୍ଧୁ ତଥା ସିଙ୍ଗର୍ ମିତ୍ ବ୍ରଦର୍ସ ଯୋଗ ଦେଇଥିଲେ।
Powered by Froala Editor