୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ:ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଗୁରୁବାର ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଶ୍ମୀର ପୁଲିସ ସୂଚନା ଦେଇଛି।
। ଶୋପିଆଁ ଜିଲ୍ଲାର କାନିଗାମ୍ ଅଞ୍ଚଳରେ ନିରାପତ୍ତା ବଳ ବେଢ଼ି ରହିଥିବା ଉକ୍ତ ଆତଙ୍କବାଦୀମାନେ ଆତ୍ମସମର୍ପଣ ନ କରି ଗୁଳି ଚଳାଇବାରୁ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳତଃ, ୩ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ନିହତ ହୋଇଥିବା କଥା କଶ୍ମୀର ପୁଲିସ ସୂଚନା ଦେଇଛି।ଶୋପିଆଁ ଜିଲ୍ଲାର କାନିଗାମରେ ‘ଅଲ୍-ବଦର୍’ ଆତଙ୍କବାଦୀ ସଙ୍ଗଠନର ୪ଜଣ ନବନିଯୁକ୍ତ ସ୍ଥାନୀୟ ଆତଙ୍କବାଦୀ ଅବରୁଦ୍ଧ ହୋଇ ରହିଯାଇଥିଲେ। ଆତ୍ମସମର୍ପଣ କରିବା ଲାଗି ପୁଲିସ ଓ ନିରାପତ୍ତା ବଳ ସେମାନଙ୍କୁ ସାଧ୍ୟମତେ ବୁଝାଇବାକୁ ଉଦ୍ୟମ କରିଥିଲେ।କିନ୍ତୁ, ଆତ୍ମସମର୍ପଣ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଅବରୁଦ୍ଧ ଆତଙ୍କବାଦୀମାନେ ମିଳିତ ତଲାସକାରୀଙ୍କ ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ୍ ଫିଙ୍ଗିଥିଲେ। ସଦ୍ୟତମ ସୂଚନା ଅନୁସାରେ, ଜଣେ ଆତଙ୍କବାଦୀ ନିରାପତ୍ତା ବଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ନାମ ତୌସିଫ୍ ଅହମଦ୍ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
Powered by Froala Editor