ପୁଣି ଆରମ୍ଭ ହେବ ‘କଫି ୱିଥ୍ କରଣ’, ଇନଷ୍ଟାଗ୍ରାମ୍ରେ ଫଟୋ ସେୟାର କଲେ କରଣ ଜୋହର

ପୁଣି ଥରେ ଆରମ୍ଭ ହୋଇଛି କରଣ ଜୋହରଙ୍କ ଲୋକପ୍ରିୟ ଶୋ' 'କଫି ୱିଥ୍ କରଣ' । ପ୍ରଥମେ ଶୋ'କୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ନିକଟରେ ଚର୍ଚ୍ଚା ହେଉଥିଲା କି ଏହି ଶୋ' ଆଉ ଦର୍ଶକ ଦେଖି ପରିବେ ନାହିଁ। ବର୍ତ୍ତମାନ କରଣ ତାଙ୍କ ଶୋ'ର ନୂଆ ସିଜିନ୍ ନେଇ ଫେରୁଛନ୍ତି । ଏଥିରେ ବଲିଉଡ କଳାକାରଙ୍କ ଜୀବନ ବିଷୟରେ ଆଲୋଚିତ ହେଉଥିବା ଅନେକ କିଛି ଦେଖିବାକୁ ମିଳିବ । କରଣ ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି ।
କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁଟିଂ ସମୟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସେଟ୍ରେ ଉପସ୍ଥିତ ଅଛନ୍ତି। ଏବଂ କରଣ ଏକ କଳା ରଙ୍ଗର ସୁଟରେ ନଜର ଆସିଥିବା ବେଳେ ଏକ କଫି ମଗ୍ ଧରି ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହା ବ୍ୟତୀତ ଫଟୋର କ୍ୟାପସନ୍ରେ ଲେଖା ହୋଇଛି ପୁଣି ଥରେ କଫି ପାଇଁ ଫେରିଛି । ଏହା ବ୍ୟତୀତ କହିଛନ୍ତି କି ଏହି ଶୋ ଟିଭିରେ ନୁହେଁ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଫେରିବ।
ଏଥି ସହିତ ଶୋ'ର ପ୍ରଥମ ଅତିଥିଙ୍କ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶୋ'ର ପ୍ରଥମ ଅତିଥି 'ରକି ଅର ରାନୀ କି ପ୍ରେମ କାହାନୀ'ର ରଣବୀର ସିଂ ଏବଂ ଆଲିଆ ଭଟ୍ଟ ନଜର ଆସିବେ । ଉଭୟ ନିଜ ଫିଲ୍ମର ପ୍ରମୋଶନ ପାଇଁ ଶୋ'କୁ ଆସିବେ।
Powered by Froala Editor