କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର

କଂଗ୍ରେସରେ ଯୋଗ ଦେବାକୁ ମନା କଲେ ପ୍ରଶାନ୍ତ କିଶୋର। ଖୋଦ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ସୂଚନା ଦେଇଛନ୍ତି । ଅନେକ ଦିନ ଧରି ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟିରେ ଯୋଗ ଦେବାକୁ ପ୍ରଶାନ୍ତଙ୍କୁ ପ୍ରସ୍ତାବ ଦେଇଥିଲେ ।
ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କଂଗ୍ରେସ କ୍ଷମତା ସମ୍ପନ୍ନ କ୍ରିୟାନୁଷ୍ଠାନ ଗୋଷ୍ଠୀ ବା ସ୍ୱତନ୍ତ୍ର ଟାସ୍କଫୋର୍ସର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ଗୋଷ୍ଠୀ ୨୦୨୪ ପୂର୍ବରୁ କଂଗ୍ରେସ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜର ମୁକାବିଲା କରି ଥାଆନ୍ତା। ହେଲେ ଏହି ପ୍ରସ୍ତାବକୁ ପ୍ରଶାନ୍ତ କିଶୋର ମନା କରି ଦେଇଛନ୍ତି।
ଦଳକୁ ସଶକ୍ତ କରିବା ପାଇଁ ପ୍ରଶାନ୍ତ କିଶୋର ମୁକ୍ତ ଭାବେ କାମ କରିବାକୁ ଚାହୁଁଥିଲେ। ହେଲେ କଂଗ୍ରେସ ତାଙ୍କୁ ମୁକ୍ତ ଭାବେ କାମ କରିବାର ସୁଯୋଗ ନ ଦେବାରୁ ସେ ଦଳ ସାମିଲ ହେବେ ନାହିଁ ବୋଲି କହିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୪ ନିର୍ବାଚନ ପାଇଁ ପିକେଙ୍କ ପ୍ରସ୍ତାବ ମୁତାବକ ଏକ କମିଟି ଗଠନ କରାଯାଇଛି । ଏହା କମିଟିରେ ଖୋଦ ପିକେଙ୍କୁ ସଦସ୍ୟ ରଖିବା ପାଇଁ ଇଛୁକ ଥିଲେ କଂଗ୍ରେସ କମାଣ୍ଡ । ଏବଂ ଦଳରେ ଯୋଗ ଦେଇ କମିଟିରେ ସଦସ୍ୟ ରହିବାକୁ ପ୍ରସ୍ତାବ ଦେଇଥିଲେ ଦଳର ସଭାପତି । କିନ୍ତୁ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ସୂଚନା ଦେଇଛନ୍ତି ରଣଦୀପ ସୁରଜୱାଲା ।
Powered by Froala Editor