ଭୂକମ୍ପରେ ଥରିଲା ଜାମ୍ମୁ-କାଶ୍ମୀରର କିଶ୍ତଓ୍ୱାଡ

ସୋମବାର ମଧ୍ୟାହ୍ନ ଦିନ ୧୨ଟା ବାଜି ୯ ମିନିଟ୍ରେ ଜାମ୍ମୁ-କାଶ୍ମୀରରେ କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ସୂଚନା ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ଦିଆଯାଇଛି । ରିକ୍ଟରସ୍କେଲ୍ରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଅଚାନକ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିନ୍ତୁ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ ।
କିଛି ଦିନ ମଧ୍ୟରେ ଉତ୍ତର ଭାରତର କେତକ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
Powered by Froala Editor