ବଜାର ଖୋଲୁ ଖୋଲୁ ଖସିଲା ସେନସେକ୍ସ, ନିଫ୍ଟି
ସୋମବାର ସେୟାର ବଜାର ଖୋଲିବା ମାତ୍ରେ ବଡ଼ଧରଣ ହ୍ରାସ ଦେଖିବାକୁ ମିଳିଛି । ସପ୍ତାହର ପ୍ରଥମ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୯୭୯ ପଏଣ୍ଟ ହ୍ରାସ ପାଇ ୫୭୩୫୮ରେ ଖୋଲିଥିବା ବେଳେ ନିଫ୍ଟି ମଧ୍ୟ ତଳକୁ ଖସିଛି । କାରବାର ଆରମ୍ଭରୁ ଇନ୍ଫୋସିସ୍, ଟେକ୍ ମହିନ୍ଦ୍ରା, ଟିସିଏସ୍, ଏଚଡିଏଫ୍ସି, ଏଚ୍ଡିଏଫ୍ସି ବ୍ୟାଙ୍କ, ଏଚ୍ସିଏଲ୍ ପରି ସେୟାରରେ ଲାଲ୍ ମାର୍କରେ ଦେଖିବାକୁ ମିଳିଥିଲା ।
ଖବର ଅନୁଯାୟୀ, ବିଶ୍ୱ ବଜାରରେ ଚାଲିଥିବା ଆର୍ଥିକ ଅନିୟମିତତାର ପ୍ରଭାବ ବହୁଳ ଭାବେ ପଡିଛି । ସକାଳ ୯ଟା ୧୫ରେ ବଜାର ଖୋଲିବା ପରେ ସେନ୍ସେକ୍ସ ପ୍ରାୟ ୧,୧୨୯,୬୨ ପଏଣ୍ଟ ହ୍ରାସ ମାନେ ୧.୯୪ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ନିଫ୍ଟି ୨୯୯.୨୦ ପଏଣ୍ଟ ମାନେ ୧.୭୧ ହ୍ରାସ ସହ ୧୭,୧୭୬,୫୦ରେ କାରବାର ଆରମ୍ଭ ହୋଇଥିଲା । କିନ୍ତୁ ସେପଟେ ଏନ୍ଟିପିସି, ଟାଟା ଷ୍ଟିଲ୍, ଓଏନ୍ଜିସି, କୋଲ ଇଣ୍ଡିଆ, ବାଜାଜ ଅଟୋ, ମାରୁତି ଆଣ୍ଡ ପାଓ୍ୱାର ଗ୍ରୀଡ୍ ଗ୍ରୀନ୍ ମାର୍କରେ ରହିବା ସହ ଭଲ କାରବାର କରିଛି ।
Powered by Froala Editor