ପାକିସ୍ତାନକୁ ଏହି ଚେତାବନୀ ଦେଲା ତାଲିବାନ
କାବୁଲ: ଆଫଗାନିସ୍ତାନ ସଂଲଗ୍ନ ଖୋଷ୍ଟ ପ୍ରଦେଶରେ ପାକିସ୍ତାନୀ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିବା ପରେ ତାକୁ ନେଇ ତାଲିବାନ କ୍ଷୁବ୍ଧ ହୋଇଛି । ଯଦି ପାକସ୍ତାନ ପୁନର୍ବାର ଏଭଳି ଆକ୍ରମଣ କରେ ତେବେ ତା’ର ଗମ୍ଭୀର ପରିମାଣ ଭୋଗ କରିବ ବୋଲି ତାଲିବାନ ଚେତାବନୀ ଦେଇଛି । ତାଲିବାନ ମୁଖପାତ୍ର ଜବିହୁଲା ମୁଜାହିଦ୍ ନିଜ ଟୁଇଟର ଆକାଉଣ୍ଟରେ ଏହି ଧମକ ଦେଇଛନ୍ତି ।
ସେ କହିଛନ୍ତି ପାକିସ୍ତାନ ଆଫଗାନ ବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନକରୁ । ପୁନର୍ବାର ଯଦି ଆକ୍ରମଣର ଦୁସାହସ କରିବ ତେବେ ପାକିସ୍ତାନ ତାର ପରିଣାମ ଭୋଗିବ । ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟା ରାଜନୈତିକ ଉପାୟରେ ସମାଧାନ କରାଯିବା ଉଚିତ୍ । ଏଥିସହିତ ସେ ଏହି ଘଟଣାକୁ ନେଇ କାବୁଲରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି କରିଛନ୍ତି । ପାକ୍ ବାୟୁସେନା ଖୋଷ୍ଟ ପ୍ରଦେଶର କିଛି ଗ୍ରାମରେ ଏୟାର ଷ୍ଟ୍ରାଇକ୍ କରିବାରୁ ୪୦ରୁ ଅଧିକ ଲୋକଙ୍କର ମୃତୁ୍ୟ ଘଟିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି ।
Powered by Froala Editor