ଚା’ ସହ ଜଳଖିଆ ଦେଲେନି ବୋଲି ବୋହୂକୁ ଗୁଳି କଲେ ଶ୍ୱଶୁର

ମହାରାଷ୍ଟ୍ର: ଥାନେ ସହରରେ ଚା’ ସହିତ ଜଳଖିଆ ନଦେବାରୁ ନିଜ ବୋହୂକୁ ଗୁଳି କରିଛନ୍ତି ଜଣେ ବୃଦ୍ଧ । ରାବୋଡି ଅଂଚଳରେ ଶ୍ୱଶୁରଙ୍କ ଗୁଳିରେ ଆହତ ୪୨ ବର୍ଷୀୟା ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ରଖାନାରେ ଭର୍ତ୍ତି କରାଯାଇଛି । ରାବୋଡି ଥାନାଧିକାରୀ ସନ୍ତୋଷ ଘାଟେକର କହିଛନ୍ତି, ଅସ୍ତ୍ରଶସ୍ତ୍ର ଆଇନ୍ ବ୍ୟତୀତ ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୫୦୬(ଅପରାଧିକ ଧମକ) ଅନୁଯାୟୀ ଅଭିଯୁକ୍ତ କାଶୀନାଥ ପାଣ୍ଡୁରଙ୍ଗା ପାଟିଲ (୭୬)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଅଭିଯୁକ୍ତଙ୍କ ଅନ୍ୟ ଏକ ବୋହୂ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ନେଇ ଥାନାଧିକାରୀ କହିଛନ୍ତି, ଗୁରୁବାର ପୂର୍ବାହ୍ନ ୧୧.୩୦ରେ ଏହି ଘଟଣା ଘଟିଥିଲା । ପୀଡିତା ତାଙ୍କୁ ଚା’ ସହିତ ଜଳଖିଆ ପରିବେଷଣ ନକରିବାରୁ ଅଭିଯୁକ୍ତ ବିରକ୍ତ ହୋଇଥିଲେ । ତା’ପରେ ରିଭଲଭର ବାହାର କରି ତାଙ୍କ ବୋହୂ ଉପରକୁ ଗୁଳି ଚଳାଇଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Powered by Froala Editor