ଜୁଲାଇରୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି

ଅମୃତସର:ଜୁଲାଇ ମାସ ଠାରୁ ଲୋକଙ୍କୁ ୩୦୦ ୟୁନିଟ୍ ଯାଏ ବିଜୁଳି ଖର୍ଚ୍ଚ ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ। ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍) ସରକାର। ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ଲୋକଙ୍କୁ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏବେ ଏହି ପ୍ରତିଶ୍ରୁତିକୁ ଆପ୍ ସରକାର ଜୁଲାଇ ମାସରୁ କାର୍ୟ୍ୟକାରୀ କରିବେ।
ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍ ସରକାର ଠିକ୍ ମାସକ ତଳେ ପଞ୍ଜାବରେ କାର୍ୟ୍ୟ ଆରମ୍ଭ କରିଥିଲେ। କ୍ଷମତାରେ ରହିବାର ମାସକ ପରେ ଆପ୍ ସରକାର ନିଜର ପ୍ରତିଶ୍ରୁତି ପୂରଣ ପର୍ବ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ଜୂଲାଇ ୧ରୁ ସମସ୍ତଙ୍କୁ ୩୦୦ ୟୁନିଟ ଯାଏ ବିଜୁଳି ମାଗଣା ମିଳିବ। ଏହାପରେ ପର୍ୟ୍ୟାୟକ୍ରମେ ଆପ୍ ଦେଇଥିବା ବାକି ପ୍ରତିଶ୍ରୁତିକୁ ପୂରଣ କରାଯିବ। ପଞ୍ଜାବକୁ ୧ନଂ ରାଜ୍ୟ କରିବା ହିଁ ଆପର ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।
Powered by Froala Editor