ଦେଶରେ ୧ହଜାର ୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧ହଜାର ୩୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୩୦ଲକ୍ଷ ୩୧ହଜାର ୯୫୮ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୪୩ଜଣ କରୋନାରେ ପ୍ରାଣ ହରାଇଛନ୍ତି ।
ଏବେସୁଦ୍ଧା ଦେଶରେ ୪କୋଟି ୨୫ଲକ୍ଷ ୨ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୧ହଜାର ୪୨୯ଜଣ ସକ୍ରିୟ ମାମଲା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୧ହଜାର ୫୭୩କୁ ବୃଦ୍ଧି ପାଇଛି ।
ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଦ୍ରୁତ ଗତିରେ ବ୍ୟାପିବ ବୋଲି କୁଯାଉଛି ।
Powered by Froala Editor