ସିଏମ୍ସି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ(ସିଏମ୍ସି) ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଟଙ୍କା ପ୍ରଦାନ କରାଯିବ। କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଦିଆଯାଇଛି। କଟକରେ କରୋନା ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଯେପରି କଟକରେ କୋଭିଡ ମୁକାବିଲା ସଠିକ ଏବଂ ସମନ୍ୱୟ ଭାବେ କରାଯିବ, ବେଡ ଠାରୁ ଆରମ୍ଭ କରି କୋଭିଡ ପରିଚାଳନାର ସମସ୍ତ ମୌଳିକ ସୁବିଧା ରହିପାରିବ । ସେନେଇ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସହରରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଏହାକୁ କିପରି ରୋକି ହେବ, କିପରି କୋଭିଡ ପରିଚାଳନାରେ କୌଣସି ମଧ୍ୟ ସାମାନ୍ୟ ଅବହେଳା ନେହବ । ସେନେଇ ଗୁରୁତ୍ୱ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ।
Powered by Froala Editor