ଦିଲ୍ଲୀ-ମସ୍କୋ ବିମାନ ସେବା ବନ୍ଦ, ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବ କମ୍ପାନୀ

ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍ ବନ୍ଦ କଲା ଏୟାର ଇଣ୍ଡିଆ। ବାତିଲ ହୋଇଥିବା ବିମାନ ଉପରେ ଯାତ୍ରୀଙ୍କୁ ଟଙ୍କା ଫେରାଇବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ରୁଷିଆ ଦୂତାବାସ ଅବଗତ କରାଯାଇଛି। ଯେଉଁ ଯାତ୍ରୀମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିଲେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ।
ରୁଷ ଦୂତାବାସ କହିଛି ଯେ “ପ୍ରିୟର ନାଗରିକ, ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ ଯେ ଭାରତୀୟ ଏୟାର ଲାଇନ ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ-ଦିଲ୍ଲୀ ବିମାନ ସେବା ପାଇଁ ଟିକେଟ ବିକ୍ରି କରିବା ବନ୍ଦ କରିଛି। ବର୍ତ୍ତମାନ ସ୍ଥିତିରେ ରୁଷକୁ ଉଡ଼ାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ପାରିବ ନାହିଁ। ଏୟାର ଇଣ୍ଡିଆର ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ। ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ।” ବର୍ତ୍ତମାନ ସମୟରେ ମସ୍କୋ ଯିବା ପାଇଁ ଟ୍ରାଞ୍ଜିଟ୍ ରୁଟର ବ୍ୟବହାର କରାଯାଇପାରେ। ଏଥିପାଇଁ ଯାତ୍ରୀଙ୍କୁ ତାସକନ୍ଦ, ଇସ୍ତାମବୁଲ, ଦୁବାଇ, ଆବୁ ଧାବି, ଦୋହା ଏବଂ ଅନ୍ୟ ଦେଶ ହୋଇ ମସ୍କୋ ଏବଂ ଦିଲ୍ଲୀ ଯାତ୍ରା କରିବାକୁ ପଡିବ।
ଏହି ଘୋଷଣା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ରୁଷ ମଧ୍ୟରେ ଦୁଇଟି ବିମାନ ଚାଲୁଥିଲା।
Powered by Froala Editor