ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, କେବଳ ପାର୍ସଲ ନେଇପାରିବେ
ଲକଡାଉନ ସମୟରେ ଆହାର କେନ୍ଦ୍ର ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହାର କେନ୍ଦ୍ର ଗୁଡିକରେ ବସି ଖାଇବା ସମ୍ପୂର୍ଣ୍ଣ ନିଷେଧ। ହେଲେ ବ୍ୟକ୍ତି ମାନେ ଘରକୁ ନେଇପାରିବେ। ଦିନକ ପରେ ରାଜ୍ୟରେ ଲକଡାଉନ ଲାଗୁ ହେବାକୁ ଥିବାବେଳେ ଏନେଇ ସୂଚନା ଦେଇଛନ୍ତି ସୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ତେବେ ଏହି ସମୟରେ ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମଏସ ହଷ୍ଟେଲ ଗୁଡିକ କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ଦିନକ ପରେ କଟକଣା ଲାଗୁ ହେବାକୁ ଥିବାବେଳେ ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର ।
Powered by Froala Editor