ଏନକାଉଣ୍ଟର:ଜଣେ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଅବନ୍ତିପୋରାର ତ୍ରାଲରେ ବୁଧବାର ସକାଳେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି । ପୋଲିସର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏହାପରେ ଉକ୍ତ ଅଂଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍ ଜାରି ରହିଛି ବୋଲି ଜମ୍ମୁ-କାଶ୍ମୀର ପୋଲିସ୍ ସୂଚନା ଦେଇଛି । ସେହି ଅଂଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି ବୋଲି କୁହାଯାଉଛି । ପୋଲିସ୍ ଓ ସୁରକ୍ଷାକର୍ମୀ ଦୃଢାତର ସହିତ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଜାରି ରଖିଛନ୍ତି ବୋଲି ଜମ୍ମୁ-କାଶ୍ମୀର ପୋଲିସ୍ ଟୁଇଟି କରି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଏହି ଏନକାଉଣ୍ଟର ପୂର୍ବରୁ ଗତକାଲି ଜମ୍ମୁ-କାଶ୍ମୀରର ମହାନିଦେ୍ର୍ଧଶକ ପୋଲିସ୍ (ଡିଜିପି) ଦିଲବାଗ ସିଂ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଥିଲେ । ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ସହ୍ୟ କରାଯିବ ନାହିଁ ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Powered by Froala Editor