ୟୁକ୍ରେନରେ ହୃଦୟ ବିଦାରକ : କୁନି ଝିଅ ପିଠିରେ ଲେଖା ହୋଇଛି ଘର ଠିକଣା
ଋଷ୍- ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସମସ୍ତଙ୍କ ଆଖିରୁ ଲୁହ ଶୁଖୁନି । ଘରଦ୍ୱାର ହରାଇ ଲୋକେ ରକ୍ତର ଲୁହ କାନ୍ଦୁଛନ୍ତି । ୟା ଭିତରେ ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ମହିଳା ତାଙ୍କ ଛୋଟ ଝିଅର ପିଠିରେ ଘରର ଠିକଣା ଲେଖିଥିବା ଦେଖାଯାଉଛି । ଏପରି ଲେଖିବାର କାରଣ ଯଦି ବି ତାଙ୍କର କିଛି ହୋଇଯାଏ ତେବେ ତାଙ୍କ ଶିଶୁ କେଉଁ ଆଡ଼େ ହଜି ନଯାଏ ଏବଂ ସୁବିଧାରେ କେହି ତାକୁ କୋଳେଇ ନେବେ । ଶିଶୁଟିର ପିଠିରେ ଘରର ଠିକଣା ସହିତ ମୋବାଇଲ୍ ନମ୍ୱର ଏବଂ ଅନ୍ୟ ତଥ୍ୟ ମଧ୍ୟ ରହିଛି । ତେବେ ସେହି ଫଟୋକୁ ୩ ଦିନ ତଳେ ଝିଅର ମା ସାଶା ମାକୋଭି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହି ଫଟୋକୁ ଅନେକ ଜର୍ନାଲିଷ୍ଟ ଟୁଇଟ୍ କରି ପୂରା ବିଶ୍ୱ ସାମ୍ନାକୁ ଆଣିଛନ୍ତି ୟୁକ୍ରେନର ହୃଦୟ ବିଦାରକ ଚିତ୍ର।
ୟୁକ୍ରେନ୍ ଏବଂ ଋଷ୍ ମଧ୍ୟରେ ୪୧ ଦିନ ଧରି ଯୁଦ୍ଧ ଜାରି ରହିଛି । ବିଭିନ୍ନ ସହର କ୍ଷତିଗ୍ରସ୍ତ । ଚାରିଆଡ଼େ ଜଳୁଥିବା ଯାନବାହନ ଦେଖିବାକୁ ମିଳୁଛି । ସଡ଼କ ଉପରେ ମୃତଦେହ ପଡ଼ିରହୁଛି । ଯାହାକୁ ଚିହ୍ନିବା ପାଇଁ ମଧ୍ୟ କେହି ନାହାନ୍ତି । ଆଗକୁ ବଢ଼ୁଥିବା ରୁଷିଆ ସେନାର ଆକ୍ରମଣରେ ପ୍ରାଣ ହରାଇବା ଭୟରେ ଥିବା ୟୁକ୍ରେନ ନାଗରିକମାନେ ଏବେ ଛୁଆଙ୍କ ଶରୀରରେ ପରିବାରର ତଥ୍ୟ ଲେଖିବା ଆରମ୍ଭ କରିଛନ୍ତି।
Powered by Froala Editor