କେଜି ପିଛା ୨ଟଙ୍କା ୫ ପଇସା ବଢିଲା ସିଏନଜି ଇନ୍ଧନ ମୂଲ୍ୟ
ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଉଥିବାବେଳେ ଏହାରି ଭିତରେ ସିଏନଜି ଇନ୍ଧନ ମୂଲ୍ୟ ମଧ୍ୟ ବଢିଛି । ଆଇଜିଏଲ ସିଏନଜି ଇନ୍ଧନ ମୂଲ୍ୟ କେଜି ପିଛା ୨ଟଙ୍କା ୫ ପଇସା ବୃଦ୍ଧି କରିଛି । ଫଳରେ ଦିଲ୍ଲୀରେ ଆଜି ଠାରୁ ସିଏନଜି କେଜି ପିଛା ୬୪.୧୧ ପଇସା ହୋଇଛି ।
ଅନ୍ୟପକ୍ଷରେ ଆଜି ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ଦୁଇ ସପ୍ତାହରେ ୧୨ ଥର ବଢିଲାଣି ଦର । ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଲେଖାଏଁ ବଢିଛି । ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩. ୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୫.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ୧୧୮.୮୩ ଟଙ୍କା ଏବଂ ଡିଜେଲ ୪୩ ପଇସା ବଢି ୧୦୩.୭ ଟଙ୍କା ହୋଇଯାଇଛି ।
କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି ।
Powered by Froala Editor