ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ, ସିଲିଣ୍ଡର ପିଛା ୨୫୦ ଟଙ୍କା ବୃଦ୍ଧି
ପୁଣି ବଢିଲା ଗ୍ୟାସ୍ ସିଲିଣ୍ଡର ଦର। (ଶୁକ୍ରବାର) ଠାରୁ ବାଣିଜ୍ୟିକ ଏଲପିଜି ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ମୂଲ୍ୟରେ ୨୫୦ ଟଙ୍କାର ବୃଦ୍ଧି କରାଯାଇଛି। ୨ ମାସ ମଧ୍ୟରେ ଲଗାତାର ୩୪୬ ଟଙ୍କା ଗ୍ୟାସ୍ ଦାମ୍ ବୃଦ୍ଧି ପାଇଛି।
ଏହି ଦର ବୃଦ୍ଧି ପରେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ବା ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୨,୨୫୩ ଟଙ୍କା ହେବ। ଗତ ମାର୍ଚ୍ଚ ୧ ତାରିଖରେ ବାଣିଜ୍ୟିକ ଏଲପିଜି ମୂଲ୍ୟରେ ସିଲିଣ୍ଡର ପିଛା ୧୦୫ ଟଙ୍କା ବୃଦ୍ଧି କରାଯାଇଥିଲା।
ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଗତ ସପ୍ତାହରେ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ୨୨ ତାରିଖରୁ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୯.୫୦ ଟଙ୍କା ରହିଛି।
Powered by Froala Editor